fbpx
BSKY
BJD MC SKY
BJD MS SKY

ୟୁପିରେ ୭୫୦୦୦ କୋଟି ନିବେଶ କରିବେ ମୁକେଶ ଅମ୍ବାନୀ: ସୃଷ୍ଟି ହେବ ୧ ଲକ୍ଷ ନୂଆ ନିଯୁକ୍ତି

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଉତ୍ତରପ୍ରଦେଶରେ ୭୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛନ୍ତି । ଏହି ନିବେଶ ସହିତ ପ୍ରାୟ ୧ ଲକ୍ଷ ନୂତନ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି । ଆଗାମୀ ଚାରି ବର୍ଷ ମଧ୍ୟରେ ଅମ୍ବାନୀ ଏହି ରାଶି ୟୁପିରେ ନିବେଶ କରିବେ ।

୨୦୧୮ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରିଲାଏନ୍ସ ୫୦ ହଜାର କୋଟି ନିବେଶ କରିଛି । ୭୫ ହଜାର କୋଟିର ନୂଆ ନିବେଶକୁ ସାମିଲ କରି ମୋଟ ବିନିଯୋଗ ୧.୨୫ ଲକ୍ଷ କୋଟି ହେବ ।
ଲଖନଉରେ ଆୟୋଜିତ “ୟୁପି ଗ୍ଲୋବାଲ ଇନଭେଷ୍ଟର୍ସ ସମ୍ମିଳନୀ” ରେ ଯୋଗ ଦେଇ ମୁକେଶ ଅମ୍ବାନୀ କହିଛନ୍ତି ଯେ, ଉତ୍ତରପ୍ରଦେଶ ୫ ବର୍ଷ ମଧ୍ୟରେ ୧ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବ । ସେ କହିଛନ୍ତି ଯେ “ଉତ୍ତରପ୍ରଦେଶ ନୂଆ ଭାରତ ପାଇଁ ଆଶାର କେନ୍ଦ୍ର ପାଲଟିଛି । ନୋଏଡା ଠାରୁ ଗୋରଖପୁର ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ଜୋସ୍ ଏବଂ ଉତ୍ସାହ ଦେଖିବାକୁ ମିଳିଛି । ମିଳିତ ଭାବେ ଆମେ ଭାରତର ସବୁଠାରୁ ଜନବହୁଳ ରାଜ୍ୟକୁ ଭାରତର ଅନ୍ୟତମ ସମୃଦ୍ଧ ରାଜ୍ୟରେ ପରିଣତ କରିବୁ ।

ତେବେ ଉତ୍ତରପ୍ରଦେଶରେ ବର୍ତ୍ତମାନ ସୁଦ୍ଧା ସର୍ବ ବୃହତ ଅକ୍ଷୟ ଶକ୍ତି ପ୍ରକଳ୍ପ ଅଧୀନରେ ରିଲାଏନ୍ସ ଉତ୍ତରପ୍ରଦେଶରେ ୧୦ ଜିଡବ୍ଲୁ Renewable energy କ୍ଷମତା ସ୍ଥାପନ କରିବ । ୟୁପିରେ ବାୟୋ-ଗ୍ୟାସ୍ ଶକ୍ତି ବ୍ୟବସାୟରେକୁ ନେଇ କମ୍ପାନୀ ଘୋଷଣା କରିଛି । ଏହା ଉପରେ ମୁକେଶ ଅମ୍ବାନୀ କହିଛନ୍ତି ଯେ, ବାୟୋ-ଗ୍ୟାସ୍ କେବଳ ପରିବେଶରେ ଉନ୍ନତି ଆଣିବ ନାହିଁ ବରଂ ଚାଷୀଙ୍କୁ ମଧ୍ୟ ଅନେକ ଲାଭ ଦେବ । “ଆମର କୃଷକମାନେ କେବଳ ଖାଦ୍ୟ ଯୋଗାଣକାରୀ ନୁହଁନ୍ତି, ବର୍ତ୍ତମାନ ସେମାନେ ଶକ୍ତି ଯୋଗାଣକାରୀ ମଧ୍ୟ ହେବେ ।”

ଉତ୍ତରପ୍ରଦେଶର ଗ୍ରାମ ତଥା ଛୋଟ ସହରଗୁଡ଼ିକରେ ସୁଲଭ ଶିକ୍ଷା ତଥା ସ୍ୱାସ୍ଥ୍ୟସେବା ପାଇଁ ଜିଓ ପ୍ଲାଟଫର୍ମ ମାଧ୍ୟମରେ ରିଲାଏନ୍ସ ଦୁଇଟି ପାଇଲଟ୍ ପ୍ରୋଜେକ୍ଟ ଜିଓ-ସ୍କୁଲ୍ ଏବଂ ଜିଓ-ଏଆଇ-ଡାକ୍ତର ଘୋଷଣା କରିଛି । ୟୁପିର କୃଷି ଏବଂ ଅଣ କୃଷିଜାତ ଦ୍ରବ୍ୟର ସୋର୍ସିଂ ବୃଦ୍ଧି କରିବାକୁ ମୁକେଶ ଅମ୍ବାନୀ ମଧ୍ୟ ନିଜର ଇଚ୍ଛା ପ୍ରକାଶ କରିଛନ୍ତି । ଏହାଯୋଗୁଁ କୃଷକ, ସ୍ଥାନୀୟ କାରିଗର, ଶିଳ୍ପୀକାରଏବଂ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀମାନେ ଉପକୃତ ହେବେ । ମୁକେଶ ଅମ୍ବାନୀ ମଧ୍ୟ ୨୦୨୩ ଶେଷ ସୁଦ୍ଧା ୟୁପିର ସମସ୍ତ ସହରରେ ୫ଜି ରୋଲଆଉଟ୍ କରିବା ବିଷୟରେ କହିଛନ୍ତି ।

Get real time updates directly on you device, subscribe now.