fbpx

ଲକ୍ଷ୍ମୌ କୋର୍ଟ ବାହାରେ ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାକୁ ଗୁଳି, ଓକିଲ ବେଶରେ ଆସିଥିଲା ହତ୍ୟାକାରୀ

ଲକ୍ଷ୍ମୌ :ଉତ୍ତରପ୍ରଦେଶ ଲକ୍ଷ୍ମୌ କୋର୍ଟ ବାହାରେ ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ଗ୍ୟାଙ୍ଗଷ୍ଟର ସଞ୍ଜୀବ ଜୀଭାକୁ ଗୁଳି କରି ହତ୍ୟା କରାଯାଇଛି । ସୂଚନା ଅନୁସାରେ, ୱାଜିରଗଞ୍ଜ ପୋଲିସ ଷ୍ଟେସନ କୋର୍ଟରେ ଏହି ଗୁଳି ବିନିମୟ ହୋଇଥିଲା।

ଏହି ଗୁଳିକାଣ୍ଡରେ ମୁଖତାର ଅନସାରୀଙ୍କ ଘନିଷ୍ଠ ସହଯୋଗୀ ଓ ବ୍ରହ୍ମଦତ୍ତ ଦ୍ୱିବେଦୀ ହତ୍ୟା ମାମଲାରେ ଅଭିଯୁକ୍ତ ଜୀଭାକୁ ହତ୍ୟା କରାଯାଇଛି। କୁହାଯାଉଛି ଯେ ହତ୍ୟାକାରୀ ଜଣେ ଓକିଲଙ୍କ ପୋଷାକରେ ଆସିଥିଲା। ଏହି ଗୁଳି ବିନିମୟରେ ଜଣେ ଝିଅ ସମେତ ତିନି ଜଣ ଆହତ ହୋଇଛନ୍ତି। ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ଅଛନ୍ତି । ଆହତ ହୋଇଥିବା ଝିଅଙ୍କ ନାମ ଲକ୍ଷ୍ମୀ ବୋଲି କୁହାଯାଉଛି । ସେ ଦେଢ଼ ବର୍ଷର ବୋଲି ଜଣାପଡିଛି । ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି ।

ତେବେ ବୁଧବାର ତାକୁ ଏକ ମାମଲାର ଶୁଣାଣି ପାଇଁ ଲକ୍ଷ୍ନୌ କୋର୍ଟ ନିଆଯାଇଥିଲା। ତେବେ ଏହି ସମୟରେ ହତ୍ୟାକାରୀମାନେ ଓକିଲ ବେଶ ପରିଧାନ କରି କୋର୍ଟ ନିକଟକୁ ଆସିଥିଲେ। ସେହି ସମୟରେ କୋର୍ଟ ପରିସରରେ ସେମାନେ ସଞ୍ଜୀବକୁ ଗୁଳିମାଡ କରିଥିଲେ। ତେବେ ଘଟଣାସ୍ଥଳରେ ସଞ୍ଜୀବଙ୍କ ମୃତ୍ୟୁ ଘଟିଥିଲା। ଗୁଳି କରିବା ପରେ ଧରା ପଡିବା ଭୟରେ ହତ୍ୟାକାରୀମାନେ ଫେରାର୍‌ ହୋଇଯାଇଥିଲେ। ଏହି ଗୁଳି ବିନିମୟରେ ଆହତ ହୋଇଥିବା ପୋଲିସ କର୍ମଚାରୀଙ୍କୁୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜୋନପୁରର ବାସିନ୍ଦା ବିଜୟ ଯାଦବ ନାମକ ଜଣେ ସୁଟରଙ୍କୁ ପୋଲିସ ଗିରଫ କରିଛି।

Get real time updates directly on you device, subscribe now.