ଭଉଣୀର ବୁଢ଼ା ପ୍ରେମିକ ଭାଇକୁ ନଥିଲା ପସନ୍ଦ, ନିଶା ଦେଇ ପ୍ରେମିକକୁ ହତ୍ୟା, ବୟସ ପାର୍ଥକ ସଜାଇଦେଲା ହତ୍ୟାକାରୀ
ଅଧିକ ବୟସ ପ୍ରେମିକକୁ ଭଉଣୀ ଭଲ ପାଉଥିବାରୁ ଭାଇ କରିଦେଲା ହତ୍ୟା।
ମୁମ୍ବାଇ: ଭଉଣୀର ପ୍ରେମ ଛଡ଼ାଇନେଲା ଭାଇ। ଅଧିକ ବୟସ ପ୍ରେମିକକୁ ଭଉଣୀ ଭଲ ପାଉଥିବାରୁ ଭାଇ କରିଦେଲା ହତ୍ୟା। ଖଣ୍ଡ ଖଣ୍ଡ କରି ହାଣିଦେଲା ଭାଇ। ମୁମ୍ବାଇର ମାଲାୱାନୀ ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ। ୨୧ ବର୍ଷୀୟ ଆଶିଷ ସେଟ୍ଟି ତାଙ୍କ ଭଉଣୀର ପ୍ରେମିକ ୪୦ ବର୍ଷୀୟ ନୀତିନ ସୋଲାଙ୍କିଙ୍କୁ ବାଡ଼ିରେ ପିଟି ହତ୍ୟା କରିବା ପରେ ଖଣ୍ଡ ଖଣ୍ଡ କରିପକାଇଥିଲେ।
ହତ୍ୟା ପରେ ଆଶିଷ ନିଜେ ମାଲାୱାନୀ ଥାନାରେ ପହଞ୍ଚି କହିଥିଲେ, ମୁଁ ମୋ ଭଉଣୀର ପ୍ରେମିକାକୁ ହତ୍ୟା କରିଛି, ମୋତେ ଗିରଫ କରନ୍ତୁ। ଏହା ଶୁଣି ଥାନାରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।ଅଭିଯୁକ୍ତ ନିଜ ମୁହଁରେ ସ୍ୱିକାର କରିଥିଲା ଅପରାଧ। ପୋଲିସ ତୁରନ୍ତ ତାଙ୍କୁ ଗିରଫ କରିଛି ଏବଂ କୋର୍ଟ ତାଙ୍କୁ ୧୧ ସେପ୍ଟେମ୍ବରରେ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛି।
ମୁମ୍ବାଇରେ ହୃଦୟ ବିଦାରକ ଘଟଣା
ପୁଲିସ ଅନୁଯାୟୀ, ନୀତିନ ସୋଲାଙ୍କି ଏକ ହସ୍ପିଟାଲରେ କେୟାରଟେକର ଥିଲେ ଏବଂ ସେ ଆଶିଷଙ୍କ ଭଉଣୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ନିକଟରେ ନୀତିନ ଆଶିଷଙ୍କ ମା ଏବଂ ଭଉଣୀଙ୍କ ବିଷୟରେ ଖରାପ ମନ୍ତବ୍ୟ ଦେଇଥିଲେ। ଏଥିରେ କ୍ରୋଧିତ ହୋଇ ଆଶିଷ ନୀତିନଙ୍କୁ ଶିକ୍ଷା ଦେବାକୁ ନିଷ୍ପତ୍ତି ନେଇଥିଲେ। ଶନିବାର ରାତି ପ୍ରାୟ ସାଢ଼େ ୧୦ଟାରେ ନୀତିନଙ୍କୁ ଆଶିଷ ଭେଟିଥିଲେ। ଉଭୟେ ଏକାଠି ମଦ ପିଇଥିଲେ।
ତା’ପରେ ପରଦିନ ସକାଳେ ଆଶିଷ ତାଙ୍କୁ ମାଲଭାନିର ରାମେଶ୍ୱର ଗାଲିର କୋଲିୱାଡାର କୃଷ୍ଣ ଆଶ୍ରମର ଏକ କୋଠରୀକୁ ନେଇଗଲେ। ସେଠାରେ ରାଗରେ ଆଶିଷ ନିତିନଙ୍କୁ କାଠ ବାଡ଼ିରେ ଆକ୍ରମଣ କରିଥିଲା। ନିତିନ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା। ପରେ ତାଙ୍କୁ ଖଣ୍ଡ ଖଣ୍ଡ କରି ହାଣିଥିଲା।
ପୋଲିସ କାର୍ଯ୍ୟାନୁଷ୍ଠାନ
ମାଲଭାନି ପୋଲିସ ଘଟଣାସ୍ଥଳରେ ପହଞ୍ଚି ନୀତିନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୋଲିସ ହତ୍ୟାରେ ବ୍ୟବହୃତ ବାଡ଼ି ସହ ମାରାଣାଅସ୍ତ୍ର ଜବତ କରିଛି।