fbpx
BSKY SKY
BSKY SKY

ଡାନ୍ସରେ ହୃଦୟ ଜିତୁଛନ୍ତି ପୋଲିସ ଯବାନ, ବନିଯାଇଛନ୍ତି ଇଣ୍ଟରନେଟ ସେନସେସନ

BSKY

ମୁମ୍ବାଇ ପୋଲିସର ୩୮ ବର୍ଷୀୟ ପୋଲିସକର୍ମୀ ଅମୋଲ ଯଶବନ୍ତ କାମ୍ବଲେ ନିଜର ଡାନ୍ସ ଭିଡିଓ ପାଇଁ ଏବେ ବନିଯାଇଛନ୍ତି ଇଣ୍ଟରନେଟ ସେନସେସନ । ସୋସିଆଲ ମିଡିଆରେ ମିଳିଛି ତାଙ୍କୁ ନୂଆ ପରିଚୟ । ଆଉ ତାଙ୍କର ଡାନ୍ସ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି, ଯାହାକୁ ପସନ୍ଦ କରୁଛନ୍ତି ଲୋକେ ।

ଅମୋଲ ମରାଠୀ ଫିଲ୍ମ ‘ଅପ୍ପୁ ରାଜା’ର ଗୀତରେ ଡାନ୍ସ କରିବାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ବହୁତ ଭାଇରାଲ ହେବାରେ ଲାଗିଥିଲା । ଲୋକେ ତାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି । ସେହିଭଳି ଅନ୍ୟ ଏକ ଭିଡିଓରେ ମାସ୍କ ପିନ୍ଧିବା ବାର୍ତ୍ତା ମଧ୍ୟ ଦେଇଛନ୍ତି ଅମୋଲ । ଅମୋଲଙ୍କ ମୁତାବିକ ଅନେକ ଲୋକ ତାଙ୍କ ଭିଡିଓ ଦେଖିବାକୁ ପସନ୍ଦ କରନ୍ତି ।

ଅମୋଲ କାମ୍ବଲେ ୨୦୦୪ରେ ମୁମ୍ବାଇ ପୋଲିସରେ ଭର୍ତ୍ତି ହୋଇଥିଲେ । ତାଙ୍କୁ ପିଲାବେଳୁହିଁ ଡାନ୍ସ କରିବା ପସନ୍ଦ ଥିଲା । ପୋଲିସରେ ଭର୍ତ୍ତି ହେବା ପୂର୍ବରୁ ସେ ତାଙ୍କ ବଡ଼ ଭାଇ ଜ୍ୟାକିଙ୍କ ସହ ମିଶି ଡାନ୍ସ ସୋ ମଧ୍ୟ କରୁଥିଲେ । ଅମୋଲ କହିଛନ୍ତ ଯେ ‘ଜଣେ ପୋଲିସ କର୍ମୀ ଭାବରେ କାନୁନ ଏବଂ ବ୍ୟବସ୍ଥା ବଜାୟ ରଖିବା ସହ ନାଗରିକଙ୍କ ରକ୍ଷା କରିବା ମୋର ପ୍ରଥମ ଦାୟିତ୍ୱ । କିନ୍ତୁ ନିଜର ସାପ୍ତାହିକ ଛୁଟି ଦିନରେ ନିଜ ପିଲାଙ୍କ ସହ କିମ୍ବା ଭଉଣୀଙ୍କ ପିଲାଙ୍କ ସହ ଡାନ୍ସ ମୁଁ କରିଥାଏ ।’

Get real time updates directly on you device, subscribe now.