fbpx

କ୍ରୁଜ ଡ୍ରଗ୍ସ ମାମଲା: ଅକ୍ଟୋବର ୪ ଯାଏଁ NCB ରିମାଣ୍ଡରେ ଆର୍ୟନ

ମୁମ୍ବାଇ: ମୁମ୍ବାଇର ବହୁଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ କେସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟନକୁ ହେପାଜତରେ ନେଇଛି ଏନସିବି । ପଚରାଉଚୁରା ପରେ ଆର୍ୟନକୁ ଗିରଫ କରାଯାଇଥିଲା । ମୁମ୍ବାଇର ସ୍ୱତନ୍ତ୍ର ଏନସିବି କୋର୍ଟରେ ହାଜର କରାଯିବା ପରେ କୋର୍ଟ ଆର୍ୟନଙ୍କ ଦିିନିକିଆ ରିମାଣ୍ଡ ପ୍ରଦାନ କରିଥିଲେ । ଆର୍ୟନଙ୍କ ସମେତ ଆଉ ୨ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ଏନସିବି । ଏନସିବି ଓକିଲ ଅଦ୍ୱିତ ସେଥନା ଦୁଇ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଦିନିକିଆ ରିମାଣ୍ଡ ପ୍ରଦାନ କରିଥିଲେ ।
ଅନ୍ୟପକ୍ଷରେ ଆର୍ୟନଙ୍କ ଓକିଲ ସତୀଶ ମାନେସିନ୍ଦେ ଏନସିବି ରିମାଣ୍ଡ ପରିବର୍ତ୍ତେ ପୋଲିସ ରିମାଣ୍ଡ ଦାବି କରିଥିଲେ । ଆର୍ୟନଙ୍କ ନିକଟରୁ କୌଣସି ଡ୍ରଗ୍ ଜବତ କରାଯାଇନଥିବା ବେଳେ ସମୁଦ୍ର ମଧ୍ୟରେ ଆୟୋଜିତ ହୋଇଥିବା ରେଭ୍ ପାର୍ଟିର ଆୟୋଜନ ଅନ୍ୟମାନେ କରିଥିଲେ । ଏହି ଅପରାଧ ଜାମିନଯୋଗ୍ୟ ହୋଇଥିବା ବେଳେ ପୋଲିସ ନିକଟରେ ଛାଡିବା ପାଇଁ ଆବେଦନ କରିଥିଲେ ସତୀଶ । ତେବେ ଏନସିବି କୋର୍ଟ ଏହାକୁ ଅଗ୍ରାହ୍ୟ କରିବା ସହିତ ଅକ୍ଟୋବର ୪ ତାରିଖ ଯାଏଁ ଏନସିବିକୁ ରିମାଣ୍ଡ ପ୍ରଦାନ କରିଥିଲେ ।

Get real time updates directly on you device, subscribe now.