fbpx

ଚିକିତ୍ସା ପାଇଁ ଆସିଥିଲେ ହସ୍ପିଟାଲ; ବାଥରୁମରେ ଦୁଷ୍କର୍ମର ଶିକାର ହେଲେ ମହିଳା

ନୂଆଦିଲ୍ଳୀ: ଚିକିତ୍ସା ପାଇଁ ହସ୍ପିଟାଲ ଆସିଥିବା ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ହସ୍ପିଟାଲ ବାଥରୁମରେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ପୋଲିସକୁ ହସ୍ତାନ୍ତର କରିଛନ୍ତି । ଯୁବତୀ ଜଣଙ୍କ ଚିକିତ୍ସିତ ହେବା ପାଇଁ ଦିଲ୍ଲୀ ଏନସିଆର ନିକଟବର୍ତ୍ତୀ ଜୱାହାରଲାଲ ନେହେରୁ ମେଡିକାଲ କଲେଜ ଓ ଟ୍ରାଉମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ଯୁବତୀ ଜଣଙ୍କ ଏକ ମେଡିକାଲ ଷ୍ଟୋରରେ କାମ କରନ୍ତି । ଯୁବତୀ ଜଣଙ୍କ ଚିକିତ୍ସିତ ହେଉଥିବା ବେଳେ ଜଣେ ସହକର୍ମୀଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ ।

ଯୁବତୀ ଜଣଙ୍କ ମଧ୍ୟରାତ୍ରରେ ନିଜ ହସ୍ପିଟାଲ ବେଡରେ ନଥିଲେ । ଏହା ପରେ ମୁଖ୍ୟ ଚିକିତ୍ସା ଅଧିକାରୀ ଯୁବତୀଙ୍କୁ ଖୋଜିବା ପାଇଁ ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ପଠାଇଥିଲେ । ଯୁବତୀଙ୍କୁ ବାଥରୁମ ବାହାରେ କାନ୍ଦୁଥିବାର ଦେଖିବା ସହିତ ଅଭିଯୁକ୍ତକୁ ଗୋଡାଇ ଧରିଥିଲେ ସୁରକ୍ଷା କର୍ମୀ । ଏହି ଘଟଣା ପରେ ଯୁବତୀ ଜଣଙ୍କ ଥାନାରେ ଏକ ମାମଲା ରୁଜୁ କରିଥିଲେ ।

Get real time updates directly on you device, subscribe now.