fbpx
BSKY SKY
BSKY SKY

କରଣ ଜୋହରଙ୍କୁ ଗାଳି ଦେବାକୁ କହିଥିଲେ କଙ୍ଗନା; କେଆରକେଙ୍କ ବିବାଦୀୟ ବୟାନ

BSKY

ସବୁବେଳେ ବିବାଦରେ ରହୁଥିବା କମାଲ ରସିଦ ଖାନ(କେଆରକେ) ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଅଧିକାଂଶ ସମୟରେ ସୋସିଆଲ ମିଡିଆ ମାଧ୍ୟମରେ ବଲିଉଡ ସେଲିବ୍ରିଟିଙ୍କୁ ଟାର୍ଗେଟ କରିଥାନ୍ତି ଏବଂ ଏକ ନୂଆ ବିବାଦକୁ ଜନ୍ମ ଦେଇଥାନ୍ତି । ଏବେ ସେ ତାଙ୍କର ଟ୍ୱିଟର ଆକାଉଣ୍ଟରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ନୂଆ ଖୁଲାସା କରିଛନ୍ତି । ସେ ତାଙ୍କ ଟ୍ୱିଟରରେ ଦାବି କରିଛନ୍ତି ଯେ କଙ୍ଗନାଙ୍କ କହିବା ଯୋଗୁଁ ସେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କୁ ଟାର୍ଗେଟ କରିଥିଲେ ।

କେଆରକେ ଟ୍ୱିଟ କରି ଲେଖିଛନ୍ତି କଙ୍ଗନାଙ୍କ ଛଡ଼ା ଆଉ କେହିବି ତାଙ୍କୁ କେବେବି କାହା ବିରୋଧରେ କହିବାକୁ କହିନାହଁନ୍ତି । ସେ କହିଛନ୍ତି କଙ୍ଗନା ରଣାୱତ ତାଙ୍କୁ କରଣ ଜୋହରଙ୍କ ବିରୋଧରେ ଅନେକ ଖରାପ କଥା କହିବାକୁ କହିଥିଲେ । ଏହାର ତାଙ୍କ ପାଖରେ ପ୍ରମାଣ ମଧ୍ୟ ରହିଛି । ଅବଶ୍ୟ ସେ କହିଛନ୍ତି ଯେ ସେ ଏହାକୁ ସାର୍ବଜନିକ କରିବେ ନାହିଁ । ସେ କହିଛନ୍ତି ଆଜି ପର୍ଯ୍ୟନ୍ତ କାହାର ବି ଚାଟିଂର ଖୁଲାସା କରିନାହାଁନ୍ତିି ଆଗକୁ ମଧ୍ୟ କେବେ କରିବେନାହିଁ ।

କେଆରକେ କଙ୍ଗନାଙ୍କୁ ଧର୍ମବିରୋଧୀ ବୋଲି ମଧ୍ୟ କହିଛନ୍ତି । କେଆରକେ କହିଛନ୍ତି ଯେ କଙ୍ଗନା ତାଙ୍କର ଆଗାମୀ ଫିଲ୍ମ ‘ଥଲାଇବୀ’ ପାଇଁ ଦେଶଭକ୍ତି କାର୍ଡ ଖେଳିବାକୁ ଚାହୁଛନ୍ତି । ଏହା ପୂର୍ବରୁ ମଧ୍ୟ କେଆରକେ କଙ୍ଗନାଙ୍କକୁ ଟାର୍ଗେଟ କରି କହିଥିଲେ ଯେ ତାଙ୍କର କୌଣସି ଫିଲ୍ମ ହିଟ ହେବନାହିଁ ।

Get real time updates directly on you device, subscribe now.