fbpx

ବୋଲରଙ୍କ ସଫଳତା; ୧୧୫ ରନରେ ସୀମିତ ହାଇଦ୍ରାବାଦ

ନୂଆଦିଲ୍ଳୀ: କୋଲକାତା ନାଇଟ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ମାତ୍ର ୧୧୫ ରନରେ ସୀମିତ ରହିଛି ହାଇଦ୍ରାବାଦ । ଦୁବାଇର ଧୀମା ଟ୍ରାକରେ କେକେଆର ବୋଲର ସନରାଇଜର୍ସ ବ୍ୟାଟ୍ସମ୍ୟାନଙ୍କୁ ହାତ ଖୋଲିବାର ସୁଯୋଗ ଦେଇନଥିଲେ । କେକେଆର ପକ୍ଷରୁ ଟିମ ସାଉଦି, ଶିଭମ ମାଭି ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ହାଇଦ୍ରାବାଦ ପକ୍ଷରୁ ୱିଲିୟମସନ ସର୍ବାଧିକ ୨୬ ରନ କରିଥିଲେ ।
ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ସନ ରାଇଜର୍ସ । ଋଦ୍ଧିମାନ ଶାହା ଗୋଲ୍ଡେନ ଡକର ଶିକାର ହୋଇଥିବା ବେଳେ କେନ ୱିଲିୟମସନ ସର୍ବାଧିକ ୨୬ ରନ କରିଥିଲେ । ମଧ୍ୟକ୍ରମରେ ପ୍ରିୟମ ଗର୍ଗ ଧୀମା ୨୧ ରନର ଇନିଂସ ଖେଳିଥିଲେ । ଶେଷ ଆଡକୁ ଅବଦୁଲ ସମାଦଙ୍କ ୧୮ ବଲ ୨୫ ରନ ବଳରେ ୧୦୦ ରନ ପାର କରିଥିଲା ହାଇଦ୍ରାବାଦ । ନିର୍ଦ୍ଧାରିତ ଓଭରରେ ଦଳ ୮ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲା । ସାଉଦି ଓ ଚକ୍ରବର୍ତ୍ତୀ ୨୬ ରନ ବ୍ୟୟରେ ଦୁଇଟି ଲେଖାଏଁ ୱିକେଟ ନେଇଥିବା ବେଳେ ମାଭି ୨ୱିକେଟ ପାଇଁ ୨୯ ରନ ବ୍ୟୟ କରିଥିଲେ ।

Get real time updates directly on you device, subscribe now.