fbpx

ମାଲକାନଗିରିରେ ନୂତନ ପୋଲିସ ଥାନା ଉଦଘାଟନ କଲେ ପୋଲିସ ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଲକାନଗିରି ଗସ୍ତ କରିଛନ୍ତି ପୋଲିସ ଡିଜି ଅଭୟ। ଅଭୟଙ୍କ ସହ ଅଛନ୍ତି ଆଇଜି ଅପରେସନ ଅମିତାଭ ଠାକୁର। ମାଲକାନଗିରିର ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଠାରେ ନବନିର୍ମିତ ପୋଲିସ ଥାନାକୁ ଉଦଘାଟନ କରିଛନ୍ତି ଅଭୟ । ପରେ କାଲିମେଳା ଗସ୍ତ କରି ସେଠାକାର ନବନିର୍ମିତ ଥାନା ଉଦଘାଟନ କରି ସ୍ଥିତି ପରଖି ଅଧିକାରୀଙ୍କ ସହ କରିଛନ୍ତି ଆଲୋଚନା।
ପରେ ମାଲକାନଗିରି ସଦର ମହକୁମାରେ ପହଞ୍ଚି ମାଓ ସମୀକ୍ଷା କରିବା ସହ ବରିଷ୍ଠ ପୋଲିସ ଓ ବିଏସଏଫ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୧୯୯୨ ମସିହା ଅକ୍ଟୋବର ୩ ତାରିଖ ଆଜିର ଦିନରେ ପୋଲିସ ଡିଜି ଅଭୟ ମାଲକାନଗିରିର ଏସପି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ପୁଣି ଆଜି ଆସି ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ଠାରେ ନୂତନ ଥାନା ଉଦଘାଟନ କରିବା ସହ ଡାକ୍ତର ଏବଂ ଅଞ୍ଚଳବାସୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ।ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ଖୁସି ସାବ୍ୟସ୍ତ କରିବା ସହ ମାଓବାଦୀ ମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ଵାନ କରିଛନ୍ତି ଡିଜିପି ଅଭୟ । ଏପଟେ ଯୋଡ଼ାମ୍ବ ଥାନା ଉଦଘାଟନ ହୋଇଥିବାରୁ ବହୁତ ଖୁସି ଅନୁଭବ କରିଛନ୍ତି ଯୋଡ଼ାମ୍ବବାସୀ।

Get real time updates directly on you device, subscribe now.