fbpx
BSKY
BJD YOUTH SKY
BJD MS SKY

ପରଲୋକରେ ନଟୁକାକା

ମୁମ୍ବାଇ: ଲୋକପ୍ରିୟ ହାସ୍ୟ ଟିଭି ସିରିଏଲ ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ରେ ନଟୁକାକା ଚିରତ୍ରରେ ଅଭିନୟ କରୁଥିବା କଳାକାର ଘନଶ୍ୟାମ ନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ସେ ଅନେକ ଦିନରୁ ଗଳା କ୍ୟାନ୍ସରରେ ପୀଡିତ ଥିଲେ । ଗତ ବର୍ଷ ତାଙ୍କର ଏଥିପାଇଁ ଅପରେସନ ମଧ୍ୟ ହୋଇଥିଲା । ତଥାପି ସେ କ୍ୟାନ୍ସରରରୁ ସୁସ୍ଥ ହୋଇପାରିନଥିଲେ ଏବଂ ରବିବାର ମୁମ୍ବାଇ ମଲାଡ ସ୍ଥିତ ଏକ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ସୋ ‘ତାରକ୍ ମେହତା କା ଉଲ୍ଟା ଚଷ୍ମା’ରେ ନଟୁକାକା ଚରିତ୍ର ଖୁବ୍ ଲୋକପ୍ରିୟ ମଧ୍ୟ ଥିଲା । ଦର୍ଶକ ଖୁବ୍ ପସନ୍ଦ କରନ୍ତି ତାଙ୍କ ଅନ୍ଦାଜକୁ । ତାଙ୍କର ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଫ୍ୟାନମାନେ ।

 

View this post on Instagram

 

A post shared by ABP News (@abpnewstv)

 

Get real time updates directly on you device, subscribe now.