fbpx

ଆର୍ଯ୍ୟନ୍ ଖାନ୍ ଡ୍ରଗ୍ସ ମାମଲା: NCB କାର୍ଯ୍ୟାଳୟରେ ଶାହରୁଖ୍ ଖାନଙ୍କ ଡ୍ରାଇଭର

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ଡ୍ରାଇଭର ଶନିବାର ଏନସିବି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ମୁମ୍ବାଇରେ ଜାହାଜ ଡ୍ରଗ୍ସ ପାର୍ଟିି ମାମଲାରେ ଏନସିବି ଶାହାରୁଖଙ୍କ ଡ୍ରାଇଭରକୁ ସମନ ଜାରି କରିଥିଲା । ଶନିବାର ଶାହରୁଖଙ୍କ ଡ୍ରାଇଭର ଏନସିବି ଅଫିସରେ ହାଜର ହୋଇଥିବା ବେଳେ ତାଙ୍କୁ ପଚରାଉଚୁରା କରାଯାଇଛି ।

ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ ହେବାର ଗୋଟିଏ ଦିନ ପରେ ଏହି ଘଟଣା ଘଟିଛି । ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେବା ପରେ ଅନ୍ୟ ପୁରୁଷ ଅଭିଯୁକ୍ତଙ୍କ ସହିତ ତାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲ ପଠା ଯାଇଥିଲା । ସେହିଭଳି ମୁନମୁନ ଧମେଚାଙ୍କ ସମେତ ଦୁଇ ଜଣ ମହିଳା ଅଭିଯୁକ୍ତଙ୍କୁ ବାଇକୁଲା ମହିଳା କାରାଗାରକୁ ପଠାଯାଇଛି । ଗୋଟିଏ ସପ୍ତାହ କ୍ୱାରେଣ୍ଟାଇନରେ ରହିବା ପରେ ସମସ୍ତଙ୍କୁ ଜେଲ ପଠାଯିବ ବୋଲି କୁହାଯାଇଛି । ସମୁଦ୍ର ମଝିରେ ଜାହଜରେ ଡ୍ରଗ୍ସ ପାର୍ଟି ଚାଲୁଥିବା ବେଳେ ଏନସିବି ପକ୍ଷରୁ ରେଡ କରାଯାଇ ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା । ପରବର୍ତ୍ତୀ ସମୟରେ ଗିରଫଙ୍କ ସଂଖ୍ୟା ୧୮ରେ ପହଞ୍ଚିଥିଲା ।

Get real time updates directly on you device, subscribe now.