fbpx

Mumbai Indians ପ୍ରଥମ ମ୍ୟାଚରେ ରଚିଲା ଇତିହାସ: ବିଶ୍ୱ କ୍ରିକେଟରେ ଭାଙ୍ଗିଲା ଏହି ରେକର୍ଡ

ମୁମ୍ବାଇ: ମହିଳା ପ୍ରିମିୟର ଲିଗର ପ୍ରଥମ ସଂସ୍କରଣ ଆରମ୍ଭ ହୋଇସାରିଛି । ଉଦଘାଟନୀ ମ୍ୟାଚରେ ଗୁଜୁରାଟ ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମୁହାଁମୁହିଁ ହୋଇଥିଲେ । ତେବେ ପ୍ରଥମ ସଂସ୍କରଣର ପ୍ରଥମ ମ୍ୟାଚରେ ହିଁ ଏକ ବଡ ଉପଲବ୍ଧି ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଗୁଜୁରାଟ ଜିଆଣ୍ଟସକୁ ହରମନପ୍ରୀତଙ୍କ ଟିମ୍ ମୁମ୍ବାଇ ଏକ ବଡ ବ୍ୟବଧାନରେ ମାତ୍ ଦେଇଛି । ଏହାସହିତ ନିଜ ନାମରେ ଯୋଡିଛି ଏକ ବିଶାଳ ଏବଂ ଅଦ୍ଭୁତ ରେକର୍ଡ ।
ମହିଳା ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ଗୁଜୁରାଟକୁ ୧୪୩ ରନରେ ମାତ୍ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହା ସହିତ ମହିଳା ଟି-୨୦ କ୍ରିକେଟ ଲିଗ୍ ଇତିହାସରେ ସର୍ବାଧିକ ରନ୍ ବ୍ୟବଧାନରେ ବିଜୟ ହାସଲ କରିବାର ରେକର୍ଡ ନିଜ ନାମରେ କରିଛି । ଏହା ପୂର୍ବରୁ ମହିଳା ବିଗ୍ ବାଶ୍ ଲିଗ୍ ରେ ମେଲବର୍ଣ୍ଣ ରେନେଗେଡସକୁ ୧୦୪ ରନରେ ହରାଇଥିଲା ପର୍ଥ ସ୍କଚର୍ସ । ତେବେ ଏହା ପୂର୍ବରୁ ମାତ୍ର ୨ଟି ମୁକାବିଲାରେ ୧୦୦ରୁ ଅଧିକ ରନ ବ୍ୟବଧାନରେ କୌଣସି ଟିମ ବିଜୟ ଲାଭ କରିଛି । ସେହିପରି ଗୁଜୁରାଟ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ବିନିମୟରେ ୨୦୭ ରନ ହାସଲ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଏହି ସ୍କୋର ମହିଳା ଟି-୨୦ କ୍ରିକେଟ ଇତିହାସରେ ଦ୍ୱିତୀୟ ସର୍ବାଧିକ ରନ୍ । ୨୦୧୭ରେ ମେଲବର୍ଣ୍ଣ ଷ୍ଟାର୍ସ ବିପକ୍ଷରେ ସିଡନୀ ସିକ୍ସରର୍ସ ୪ ୱିକେଟ ବିନିମୟରେ ୨୪୨ ରନର ବିଶାଳ ସ୍କୋର କରିଥିଲା ।
ତେବେ ମହିଳା ପ୍ରିମିୟର ଲିଗ୍ ର ପ୍ରତମ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ମୁମ୍ବାଇର ଅଧିନାୟକ ହରମନପ୍ରୀତ କୌର । ହରମନଙ୍କ ଦମଦାର ଅର୍ଦ୍ଧଶତକ ୬୫(୩୦) ବଳରେ ମୁମ୍ବାଇ ଗୁଜୁରାଟ ସାମ୍ନାରେ ୨୦୮ ରନ୍ ର ଏକ ବିଶାଳ ଲକ୍ଷ୍ୟ ରଖିଥିଲା । ତେବେ ଗୁଜୁରାଟ ଏହାର ପିଛା କରି ମାତ୍ର ୬୪ ରନରେ ଅଲଆଉଟ ହେବା ସହ ପ୍ରତମ ମ୍ୟାଚରେ ଏକ ବିରାଟ ବ୍ୟବଧାନରେ ପରାଜୟ ବରଣ କରିଛି । ତେବେ ଏହି ମ୍ୟାଚରେ ହରମନଙ୍କ ବ୍ୟାଟରୁ ଲଗାତାର ୭ ବଲରେ ୭ ଚୌକା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.