fbpx

ମୁମ୍ବାଇ ଟେଷ୍ଟ ବିଜୟ: ବିଶ୍ବର ପ୍ରଥମ ଖେଳାଳି ଭାବେ ରେକର୍ଡ କଲେ ବିରାଟ

ନୂଆଦିଲ୍ଲୀ: ସୋମବାର ମୁମ୍ବାଇରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ୩୨୭ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଆଉ ଏହା ସହିତ ଟେଷ୍ଟ ଫର୍ମାଟରେ ୫୦ଟି ମ୍ୟାଚ୍ ଜିତି ନୂଆ ରେର୍କଡ କରିଛନ୍ତି । ତେବେ କୋହଲି ୫୦ ତମ ଟେଷ୍ଟ ବିଜୟ ସହ ୧୫୩ଟି ଏକଦିବସୀୟ ମ୍ୟାଚ୍ ଓ ୫୯ ଟି-୨୦ ବିଜୟ ସହ ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଏକ ନୂଆ ରେର୍କଡ ହାସଲ କରିଛନ୍ତି ।

କୋହଲି କାନପୁରରେ ପ୍ରଥମ ଟେଷ୍ଟ ମ୍ୟାଚରୁ ଦୂରେଇ ରହିଥିବା ବେଳେ କାନପୁର ମ୍ୟାଚରେ ବିଶାଳ ସ୍କୋର ସହାୟତାରେ ଭାରତ ଏକ ବିଶାଳ ସ୍କୋରରେ ଏହି ମ୍ୟାଚକୁ ବିଜୟ ଆଡକୁ ଆଗେଇ ଆସିବା ସହ ଘରୋଇ ରେର୍କଡରେ କ୍ରମାଗତ ୧୪ଟି ସିରିଜରେ ବିଜୟ ହାସଲ କରି ରେର୍କଡ କରିଛି ।

ଏହି ବିଜୟ ସହିତ ଟିମ ଇଣ୍ଡିଆ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(BCCI) ଟେଷ୍ଟ ମାନ୍ୟତାର ନମ୍ବର ୧ ସ୍ଥାନକୁ ଫେରିଛି । ମୁମ୍ବାଇ ଟେଷ୍ଟ ବିଜୟ ଅର୍ଥାତ ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରଜକୁ ଭାରତ ୧-୦ରେ କବ୍ଜା କରିଛି । ଫଳରେ ସକରାତ୍ମକ ମନୋବଳ ସହ ଡିସେମ୍ବର ୨୬ରେ ଟେଷ୍ଟ ଓ ଦିନିକିଆ ସିରିଜ ଖେଳିବାକୁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଟିମ ଇଣ୍ଡିଆ । କ୍ୟାପଟେନ ବିରାଟ କୋହଲିଙ୍କୁ ବିରଳ ଉପଲବ୍ଧି ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଅଭିନନ୍ଦନ ଜଣାଇଛି ।

 

Get real time updates directly on you device, subscribe now.