(video viral)ଚଳନ୍ତା ବିମାନରେ ମାରପିଟ୍‌, ଯାତ୍ରୀ ମାରିଲେ ଚାପୁଡା, ପୋଲିସ ହାତରେ ଧରାଇଦେଲା ଇଣ୍ଡିଗୋ

ମହାରାଷ୍ଟ୍ର ମୁମ୍ବାଇରୁ କୋଲକାତା ଯାଉଥିବା ଏକ ବିମାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ମହାରାଷ୍ଟ୍ର:  ମହାରାଷ୍ଟ୍ର ମୁମ୍ବାଇରୁ କୋଲକାତା ଯାଉଥିବା ଏକ ବିମାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ବ୍ୟକ୍ତି ବିମାନ ଭିତରେ ଅନ୍ୟ ଜଣେ ଯାତ୍ରୀଙ୍କୁ ଚାପୁଡ଼ା ମାରୁଥିବାର ଦେଖିବାକୁ ମିଳିଛି।

ବିମାନରେ ଘଟିଥିବା ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ନିଆଗଲା କାର୍ଯ୍ୟାନୁଷ୍ଠାନ। ବିମାନ କମ୍ପାନୀ ଯାତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବିମାନ ଲ୍ୟାଣ୍ଡିଂ ପରେ ବ୍ୟକ୍ତିଙ୍କୁ ସୁରକ୍ଷା ଏଜେନ୍ସି ହାତରେ ଧରାଇ ଦେଇଛନ୍ତି। ବିମାନ କମ୍ପାନୀ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛି।

ଏହି ଘଟଣା ଇଣ୍ଡିଗୋ ଫ୍ଲାଇଟରେ ଘଟିଥିଲା। ଯେଉଁଥିରେ ମୁମ୍ବାଇରୁ କୋଲକାତା ଯାଉଥିବା ଫ୍ଲାଇଟ୍‌ରେ ଜଣେ ଯାତ୍ରୀଙ୍କୁ ପ୍ୟାନିକ ଆଟାକ୍ ଆସିଥିଲା। ଯାହା ପରେ ଏୟାର ହଷ୍ଟେସ ତାଙ୍କର ଦେଖା ରଖା କରୁଥିଲେ।

ଯେତେବେଳେ ଏୟାର ହଷ୍ଟେସ୍ ଯୁବକଙ୍କୁ ସିଟ୍ ପାଖକୁ ନେଇ ଯାଉଥିଲେ ସେହି ସମୟରେ ଜଣେ ଯାତ୍ରୀ ରାଗରେ ପ୍ୟାନିକ୍ ଆଟାକ୍ ଆସିଥିବା ବ୍ୟକ୍ତିଙ୍କୁ ଚାପୁଡା ମାରିଥିଲେ। ଏୟାର ହଷ୍ଟେସ୍ ଯାତ୍ରୀ ଜଣଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ଆଲୋଚନା କରାଯାଇଛି। ଏହି ମାମଲାରେ ଇଣ୍ଡିଗୋ ପକ୍ଷରୁ ମଧ୍ୟ ଷ୍ଟେଟ୍‌ମେଣ୍ଟ ଜାରି କରାଯାଇଛି। ଷ୍ଟେଟମେଣ୍ଟରେ କୁହାଯାଇଛି ଏଭଳି ଅସଭ୍ୟ ବ୍ୟବହାର ଦେଖାଇବା ଅନୁଚିତ। ଏହି ଘଟଣାକୁ ଇଣ୍ଡିଗୋ ପକ୍ଷରୁ ନିନ୍ଦା କରାଯାଇଛି।