fbpx

Instagram Followersକୁ ନେଇ ହତ୍ୟା: ନିଜ ବନ୍ଧୁଙ୍କୁ ହତ୍ୟା କରିଦେଲା ନାବାଳିକା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ହତ୍ୟା ପାଇଁ ବାହାରୁଛି ନୂଆ କାରଣ । ଛୋଟ ଏବଂ ମୂଲ୍ୟହୀନ କାରଣରୁ ହୋଇଯାଉଛି ହତ୍ୟା । ଏମିିତି ଆଉ ଏକ ହତ୍ୟା ଘଟଣା ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଜଣେ ଯୁବକଙ୍କ ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ଏହି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଜଣେ ନାବାଳିକା ବୋଲି ପୋଲିସ ଦାବି କରିଛି । ପ୍ଲାନ କରି ନିଜ ଭାଇ, ଦୁଇ ଜଣ ସାଙ୍ଗଙ୍କ ସହିତ ଜଣଙ୍କୁ ମାରପିଟ କରିବା ସହ ହତ୍ୟା କରିଥିବା ନେଇ ସୂଚନା ମିଳିଛି । ତେବେ ହତ୍ୟାର କାରଣ ମଧ୍ୟ ସବୁଠୁ ଆଶ୍ଚର୍ଯ୍ୟ, ଇନଷ୍ଟାଗ୍ରାମ ଫଲୋଅର୍ସକୁ ନେଇ ବିବାଦ, ଏବଂ ଏହାକୁ ନେଇ ହତ୍ୟା ହୋଇଥିବା ଆଶଙ୍କା କରାଯାଉଛି ।

ତେବେ ପ୍ରକୃତ ଘଟଣା ଜାଣିବା ପାଇଁ ପୋଲିସ ଏହାର ତନାଘନା ଜାରି ରଖିଛି । ନାବାଳିକାଙ୍କ ସମେତ ଭାଇ ଏବଂ ଜଣେ ସାଙ୍ଗକୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ସାଙ୍ଗ ଫେରାର ଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଘଟଣା ପଛରେ ଏବେ ଦୁଇଟି କାରଣ ସାମନାକୁ ଆସିଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଲୋଅର୍ସକୁ ନେଇ ବିବାଦ ଏବଂ ପରେ ହତ୍ୟା କରାଯାଇଥାଇ ପାରେ । ନଚେତ କୌଣସି ପୁରୁଣା ରାଗ ଏବଂ ଶତୃତା ପାଇଁ ଏଭଳି କାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରୁଛି ପୋଲିସ । ତେବେ ବିଭିନ୍ନ କୋଣୁ ପୋଲିସ ଏହି ମାମଲାର ଛାନଭିନ ଜାରି ରଖିଛି । ତେଣୁ ଖୁବଶୀଘ୍ର ଏହି ଘଟଣା ଉପରୁ ପରଦା ଉଠିବ ବୋଲି କହିଛି ପୋଲିସ ।

ପୋଲିସର ସୂଚନା ଅନୁଯାୟୀ, ୧୭ ବର୍ଷରୁ ସମ୍ପର୍କରେ ତିବା ମହିଳା ହିଁ ସାହିଲ ମୃତ୍ୟୁର ପ୍ଲାନ କରିଥିଲା । ଗତ ବୁଧବାର ନିଜ ଭାଇ ଏବଂ ଅନ୍ୟ ଦୁଇ ସାଙ୍ଗଙ୍କ ସହିତ ମିଶି ସାହିଲଙ୍କୁ ହତ୍ୟା କରିଛି । ମୃତ ସାହିଲଙ୍କ ବେକରେ ଛୁରୀର ଚିହ୍ନ ଥିବା ମଧ୍ୟ ଦେଖାଯାଇଛି । ତେବେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.