fbpx

ଖଣ୍ଡଗିରିରେ ମର୍ଡର: ପ୍ରେମ ପାଇଁ ଗଲା ଦାଦାଙ୍କ ଜୀବନ, ୧୭ ବର୍ଷୀୟ ଯୁକ୍ତ ୨ ଛାତ୍ର ଅଭିଯୁକ୍ତ

ଭୁବନେଶ୍ୱର: ରାଜଧାନୀରୁ ସକାଳୁ ସକାଳୁ ଏକ ହତ୍ୟା ମାମଲା ସାମ୍ନାକୁ ଆସିଛି। ଭୁବନେଶ୍ୱର ଖଣ୍ଡଗିରିରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ରଘୁନାଥ ନଗରରେ ଜଗତ ମଲ୍ଲିକଙ୍କୁ ହତ୍ୟା କରାଯାଇଛି। ଏକ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା ଅଭିଯୁକ୍ତ ହତ୍ୟା କରିଛି ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଜଗତ ମଲ୍ଲିକଙ୍କୁ ୧୭ ବର୍ଷର +୨ ଛାତ୍ର ହତ୍ୟା କରିଛି। ତେବେ ଏହି ହତ୍ୟା କରିବା ପରେ ଥାନାରେ ଆତ୍ମସମର୍ପଣ କରିଛି ଏହି ହତ୍ୟାକାରୀ। ଜଗତ ମଲ୍ଲିକଙ୍କ ଝିଆରୀଙ୍କୁ ଅଭିଯୁକ୍ତ ଜଣକ ପ୍ରେମ କରୁଥିଲା। ବିରୋଧ କରିବାରୁ ପ୍ରତିଶୋଧ ପରାୟଣ ହୋଇ ହତ୍ୟା କରିଛି ଅଭିଯୁକ୍ତ।

Get real time updates directly on you device, subscribe now.