fbpx
BSKY SKY
BSKY SKY

ସୋରରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀ ଗୁରୁତର

BSKY

ସୋର(ଓଡ଼ିଶା ଭାସ୍କର): ସୋରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା, ଯେଉଁଠାରେ ଜଣେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ପତ୍ନୀ ଗୁରୁତର ହୋଇଛନ୍ତି । ବିଲ ଭିତରୁ ଅପସରପ୍ରାପ୍ତ ଅଧ୍ୟାପକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ବାଲେଶ୍ୱର ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟସ୍ଥ ବିଲ ଭିତରୁ ମୃତଦେହ ଠାବ ହୋଇଛି । ଅଧ୍ୟାପକଙ୍କ ଶରୀରର ବିଭିନ୍ନ ସ୍ଥାରେ ଗଭୀର କ୍ଷତଚିହ୍ନ ରହିଛି ।

ଅନ୍ୟପଟେ ବାଲିଖଣ୍ଡ ବଜାର ସ୍ଥିତ ଘରୁ ଗୁରୁତର ଅବସ୍ଥାରେ ଅବସରପ୍ରାପ୍ତ ଅଧ୍ୟାପକଙ୍କ ପତ୍ନୀଙ୍କୁ ଉଦ୍ଧାର କରାଯାଇଛି । ଉଭୟଙ୍କୁ ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି । ଗୁରୁତର ପତ୍ନୀଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭଦ୍ରକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରୁଛି । କିଏ ଓ କାହିଁକି ଏହି ହତ୍ୟାକାଣ୍ଡ କରିଛି ବୋଲି ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.