fbpx

ଦୁଇ ହାତରେ ଲେଖୁଛନ୍ତି ଦୁଇଟି ଭାଷା; ଦେଖନ୍ତୁ ମୁସ୍କାନଙ୍କ ଏହି ବିରଳ ପ୍ରତିଭା

ଦୁଇ ହାତରେ ଦୁଇଟି ଭାଷାରେ ଲେଖିବା ହୁଏତ ସାଧାରଣ ଲୋକଙ୍କ ପାଇଁ ଅସମ୍ଭବ ହୋଇପାରେ । କିନ୍ତୁ ଏଭଳି ଜଣେ ପ୍ରତିଭା ହେଉଛନ୍ତି ଖୋର୍ଦ୍ଧା ପ୍ରାଣନାଥ ବିଦ୍ୟାଳୟର ଛାତ୍ରୀ ମୁସ୍କାନ, ଯିଏକି ଅତି ସହଜରେ ଦୁଇ ହାତରେ ଦୁଇଟି ଭିନ୍ନ ଭାଷାରେ ଲେଖିପାରୁଛନ୍ତି । ମୁସ୍କାନଙ୍କ ଏଭଳି ପ୍ରତିଭା ଏବେ ପ୍ରଶଂସାର ପାତ୍ର ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତାରାବୋଇର ମୁସ୍କାନ ଖୋର୍ଦ୍ଧା ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପଦାର୍ଥ ବିଜ୍ଞାନ ଶେଷ ବର୍ଷର ମେଧାବୀ ଛାତ୍ରୀ । ମୁସ୍କାନ ଦୁଇ ହାତରେ କଲମ ଧରି ନିର୍ଭୁଲ ଭାବେ ଲେଖିପାରନ୍ତି ଦୁଇଟି ଭାଷା । ଓଲଟା ଛବି ଲଖିବାରେ ସେ ବେଶ ପାରଙ୍ଗମ  । ଏଥିସହ ସେ ଓଡ଼ିଆ, ଇଂରାଜୀ, ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ଭାଷାରେ ଓଲଟା ଅକ୍ଷରରେ ଲେଖି ନିଜର ପାରଦର୍ଶିତା ଏଭଳି ପରିଚୟ ଦେଇଛନ୍ତି ଯାହା ବିରଳ ।

ତାଙ୍କ ପ୍ରତିଭା ସମ୍ପର୍କରେ ଜଣାପଡିବା ପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି  । ମୁସ୍କାନଙ୍କ କହିବା ଅନୁଯାୟୀ ପିଲା ବେଳୁ ଉଭୟ ହାତରେ ଲେଖିବା ଅଭ୍ୟାସରେ କରିଆସୁଛନ୍ତି । ଏବେ ଏକା ସମୟରେ ଦୁଇ ହାତରେ କଲମ ଧରି ଦୁଇଟି ଭାଷାରେ ଯେକୌଣସି ବିଷୟରେ ଲେଖି ପାରୁଛି । ସେ କହିଛନ୍ତି ସମସ୍ତଙ୍କ ଆଶୀର୍ବାଦରୁ ଏଥିରେ ଆଗକୁ ବଢିପାରିଛି । ମୁସ୍କାନଙ୍କ ବାପା ଶେଖ ସମସେର ଓ ମା ସଞ୍ଚିତା କୁହନ୍ତି ମୁସ୍କାନ ପିଲା ଦିନୁ ଭଲ ପାଠ ପଢ଼ନ୍ତି । ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ସେ ଆଶା ରଖିଛନ୍ତି  ।

Get real time updates directly on you device, subscribe now.