fbpx

ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ସୋରିଷ: ହାର୍ଟକୁ ରଖିଥାଏ ସୁସ୍ଥ

ଆମେ ସାଧାରଣତଃ ଖାଦ୍ୟ ପ୍ରସ୍ତୁତିରେ ସୋରିଷକୁ ବ୍ୟବହାର କରୁ । ମାତ୍ର ଆପଣମାନେ ଜାଣନ୍ତି କି କେବଳ ରୋଷେଇ କାର୍ଯ୍ୟରେ ନୁହେଁ , ସୋରିଷ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭଦାୟକ । ଏଥିରେ ଅନେକ ମାତ୍ରାରେ ପୋଷକ ତତ୍ତ୍ୱ ଭରପୂର ହୋଇ ରହିଥାଏ । ସୋରିଷ ମଞ୍ଜିରେ ଆଇରନ୍‌, କ୍ୟାଲସିୟମ୍‌, ସେଲେନିୟମ୍‌, ଫସଫରସ୍‌ ଭଳି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ଆମର ହଜମ ଶକ୍ତି ବୃଦ୍ଧି କରିଥାଏ । ଯେଉଁ ଲୋକ ମାନଙ୍କର ହଜମ ହେବାରେ ସମସ୍ୟା ରହିଛି । ସେମାନଙ୍କ ପାଇଁ ସୋରିଷ ଏକ ଭଲ ବିକଳ୍ପ । ଏହା ଆମ ହାଡ ପାଇଁ ମଧ୍ୟ ବେଶ ଉପକାରୀ । ସୋରିଷ ହାଡକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ । ଏଥିରେ ସେଲେନିୟମ ନାମକ ପୋଷକ ତତ୍ତ୍ୱ ରହିଛି । ଯାହା ଆପଣଙ୍କ ହାଡକୁ ଶକ୍ତିଶାଳୀ କରିଥାଏ ।

ଏହା ବ୍ୟତୀତ, ଏହି ମଞ୍ଜିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ନଖ ଓ ଦାନ୍ତକୁ ସୁସ୍ଥ କରିଥାଏ । ପ୍ରାୟତଃ ସବୁ ଭାରତୀୟଙ୍କ ରୋଷେଇ ଘରେ ସୋରିଷ ତେଲ ବ୍ୟବହାର କରାଯାଏ । ଏହା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିବା ସହ ଖରାପ କୋଲେଷ୍ଟ୍ରଲ ସ୍ତରକୁ କମ୍‌ କରିଥାଏ । ଏବଂ ସୋରିଷରେ ମ୍ୟାଗ୍ନେସିୟମ୍‌ ମଧ୍ୟ ରହିଥାଏ । ଯାହା ଶରୀରକୁ ଯନ୍ତ୍ରଣା ଓ ଚାପରୁ ମୁକ୍ତି କରିଥାଏ । ତ୍ୱଚା ପାଇଁ ମଧ୍ୟ ଏହା ଗୁଣକାରୀ । ଆପଣ ଆପଣଙ୍କ ସ୍କିନ୍‌ କେୟାର ରୁଟିନ୍‌ରେ ସୋରିଷକୁ ସାମିଲ କରିପାରିବେ । ଯାହା ତ୍ୱଚାକୁ ହାଇଡ୍ରେଟ୍‌ କରିବା ସହ ମୁହଁରେ ବ୍ରଣ ହେବାକୁ ଦିଏନାହିଁ । ଏହି ମଞ୍ଜିରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମୁହଁ ଫୁଲାକୁ କମ୍‌ କରିବାରେ ସାହାଯ୍ୟ କରେ ।

Get real time updates directly on you device, subscribe now.