fbpx

(Video)କେଜ୍ରିୱାଲ ଓ ହେମନ୍ତ ସୋରେନଙ୍କୁ ମୁକ୍ତି ସହିତ ଆଜି ମହାର‌୍ୟାଲିରେ ଇଣ୍ଡିଆ ମେଣ୍ଟ ରଖିଲା ୫ ସୂତ୍ରୀ ଦାବୀ

ନୂଆଦିଲ୍ଲୀ:ଆଜି ଦିଲ୍ଲୀର ରାମଲୀଳା ମଇଦାନରେ ଇଣ୍ଡିଆ ମେଣ୍ଟର ମହାର‌୍ୟାଲି ଆୟୋଜିତ ହୋଇଯାଇଛି । ଏହି ର‌୍ୟାଲି ଜରିଆରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୫ ସୂତ୍ରୀ ଦାବୀ ଉପସ୍ଥାପନ କରାଯାଇଛି । ଏଥିରେ କୁହାଯାଇଛି କି ନିର୍ବାଚନ କମିଶନ ଲୋକସଭା ନିର୍ବାଚନରେ ସମସ୍ତଙ୍କ ଲାଗି ସମାନ ଅବସର ସୁନିଶ୍ଚିତ କରିବା ଉଚିତ । ନିର୍ବାଚନରେ ହେରଫେର କରିବା ପାଇଁ ବିରୋଧୀ ଦଳଙ୍କ ଉପରେ ଯାଞ୍ଚ ଏଜେନ୍ସୀ ପକ୍ଷରୁ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନକୁ ନିର୍ବାଚନ କମିଶନ ପ୍ରତିରୋଧ କରିବା ଉଚିତ । ଏହା ସହିତ ଏହା ମଧ୍ୟ ଦାବୀ କରାଯାଇଛି କି ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତୁରନ୍ତ ମୁକ୍ତ କରାଯାଉ ।

ଇଣ୍ଡିଆ ମେଣ୍ଟ ପକ୍ଷରୁ ଏହା ଦାବୀ କରାଯାଇଛି କି ନିର୍ବାଚନ ସମୟରେ ବିରୋଧୀ ରାଜନୈତିକ ଦଳଙ୍କର ବ୍ୟାଙ୍କ ଖାତା ସିଜ୍ କରାଯିବା ପରି କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ । ଏହା ସହିତ ନିର୍ବାଚନୀ ଚାନ୍ଦାର ଉପଯୋଗ କରି ବିଜେପିର ପ୍ରତିଶୋଧ ଭାବନା, ଜବରଦସ୍ତ ଆଦାୟ ଓ ମନି ଲଣ୍ଡରିଂ ଆଦି ଅଭିଯୋଗର ଯାଞ୍ଚ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ SIT ଏସଆଇଟି ଗଠନ ହେବା ଉଚିତ ।

Get real time updates directly on you device, subscribe now.