fbpx

Parenting tips: ପିତାମାତାଙ୍କ ଏହି ଭୁଲ୍ ଯୋଗୁ ପିଲା ହୋଇଥାନ୍ତି ଜିଦିଆ ଓ ବଦ୍‌ରାଗୀ

ଓଡ଼ିଶା ଭାସ୍କର:ଛୋଟ ପିଲା ନିଜ ଆଖପାଖ ପରିବେଶରୁ ବହୁତ କିଛି ଶିଖିଥାଏ । କିଛି ପିଲାଙ୍କ ସ୍ୱଭାବ ବହୁତ ଶାନ୍ତ ଓ ସହଜ ହୋଇଥିବା ବେଳେ ଆଉ କିଛି ପିଲା ବହୁତ ଜିଦିଆ ଓ ରାଗୀ ହୋଇଥାନ୍ତି । ତେବେ ଆପଣ କେବେ ଭାବିଛନ୍ତି କି ଆପଣଙ୍କ ପିଲା ଏତେ ଜିଦିଆ ଓ ରାଗୀ କାହିଁକି? ଏପରି ହେବା ପଛରେ ସବୁଠାରୁ ବଡ କାରଣ ହେଉଛି ମାତାପିତାଙ୍କ ଅଭ୍ୟାସ । ଆପଣ ନିଜର ଏହି ଅଭ୍ୟାସକୁ ବଦଳାଇ ପିଲାକୁ ଜିଦିଆ ଓ ରାଗି ପରିବର୍ତ୍ତେ ଆଜ୍ଞାକାରୀ କରିପାରିବେ ।

୧-ଯେବେ ବି ଆପଣ ପିଲା ସହ କଥା ହେଉଛନ୍ତି ନିଜ କଥାରେ ସ୍ପଷ୍ଟତା ରଖନ୍ତୁ । ଏପରି ନ କଲେ ପିଲା ନିଜ ନିଷ୍ପତ୍ତିକୁ ନେଇ ଅସୁବିଧାରେ ପଡିପାରେ । ଏହା ତାର ଜିଦିଆ ହେବାର କାରଣ ପାଲଟିପାରେ ।
୨-ପିଲାକୁ ତାର କାମ ପାଇଁ ଠିକ୍ ଭାବରେ ପ୍ରଶଂସା କରନ୍ତୁ । ଠିକ୍ ଭାବରେ ପ୍ରଶଂସା ନ ପାଇବା ଦ୍ୱାରା ତା’ ମଧ୍ୟରେ ନକରାତ୍ମକ ଚିନ୍ତା ସୃଷ୍ଟି ହୋଇପାରେ । ଏହାଦ୍ୱାରା ମଧ୍ୟ ସେ ଜିଦିଆ ହୋଇପାରେ ।
୩-ପିଲାର ଧ୍ୟାନ ରଖିବା ଜରୁରୀ । କିନ୍ତୁ ତାକୁ ଏପରି ଅନୁଭବ ହେବାକୁ ଦିଅନ୍ତୁ ନାହିଁ କି ସେ ଆପଣଙ୍କ ନଜରରେ ବନ୍ଦୀ ହୋଇ ରହିଛି । ଏହାଦ୍ୱାରା ମଧ୍ୟ ପିଲା ଜିଦିଆ ହୋଇଯାଇପାରେ ।
୪-ପିଲାର ପରିବେଶ ତାକୁ ସର୍ବାଧିକ ମାତ୍ରାରେ ପ୍ରଭାବିତ କରିଥାଏ । ତେଣୁ ଘରେ କି ସ୍କୁଲରେ ବାତାବରଣ ନେଗେଟିଭ୍ ରହିଥିଲେ ପିଲା ଜିଦିଆ ହୋଇଥାଏ ।
୫-ପିଲାର କଥାକୁ ଧ୍ୟାନର ସହ ଶୁଣନ୍ତୁ । ଯଦି ଆପଣ ତାହା କଥା ଧ୍ୟାନର ସହ ଶୁଣିବେ ନାହିଁ ତେବେ ତାକୁ ଆପଣ ଗୁରୁତ୍ୱ ଦେଉନାହାନ୍ତି ବୋଲି ସେ ଅନୁଭବ କରିବ । ଏହାଦ୍ୱାରା ମଧ୍ୟ ସେ ଜିଦିଆ ହେବ ।

Get real time updates directly on you device, subscribe now.