fbpx

କ୍ୟାନ୍ସର ରୋଗର ଆଶଙ୍କାକୁ ହ୍ରାସ କରିଥାଏ ସୋରିଷ ତେଲ

ପ୍ରତ୍ୟେକ ରୋଷେଇ ଘରେ ସୋରିଷ ତେଲ ଉପଲବ୍ଧ । ପ୍ରାଚୀନ କାଳରୁ ଏହା ବ୍ୟବହୃତ ହୋଇ ଆସୁଛି । ରୋଷେଇ ସହ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ମଧ୍ୟ କୁହାଯାଏ । ଏହି ତେଲ ଏତେ ଲାଭଦାୟକ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ଏହା କେଶ ଏବଂ ଚର୍ମ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ।

କେବଳ ଏତିକି ନୁହେଁ, ସୋରିଷ ତେଲ ମଧ୍ୟ କର୍କଟ ଭଳି ରୋଗର ଆଶଙ୍କା ହ୍ରାସ କରିଥାଏ । ଶୀତ ଋତୁରେ ଚର୍ମ ବହୁତ ଶୁଷ୍କ ହୋଇଯାଏ । ଏଥିପାଇଁ ସୋରିଷ ତେଲ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାକୁ ଅନେକ ପ୍ରକାରର ମାସ୍କରେ ମିଶାଇ ଚର୍ମରେ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଏବଂ ସୁସ୍ଥ ରହିଥାଏ । ସୋରିଷ ତେଲକୁ ମହମ ସହିତ ମିଶ୍ରଣ କରି ଫଟା ପାଦରେ ଲଗାଇବା ଦ୍ୱାରା ଏହା ଠିକ୍ ହୋଇଥାଏ ।

ହେଲଥଲାଇନ ଅନୁଯାୟୀ, ଯଦି ଆପଣ ପ୍ରତିଦିନ କେଶରେ ସୋରିଷ ତେଲ ଲଗାନ୍ତି, ତେବେ ତ୍ୱଚାରେ ଜୀବାଣୁ ଏବଂ ଅନ୍ୟ ମାଇକ୍ରୋବାୟଲ ବୃଦ୍ଧି କମ୍ ହୋଇଯାଏ । ଏହା କେଶକୁ ଭଲ କରିଥାଏ ଏବଂ ରୂପି ସମସ୍ୟା କମ୍ ହୋଇଥାଏ । କେତେକ ଗବେଷଣା ଦାବି କରିଛି ଯେ ସୋରିଷ ତେଲ କର୍କଟ ରୋଗର ଆଶଙ୍କା କମ କରିଥାଏ । ଏହା କର୍କଟ କୋଷର ବୃଦ୍ଧିକୁ ମନ୍ଥର କରିଥାଏ ।

Get real time updates directly on you device, subscribe now.