fbpx
BSKY SKY
BSKY SKY

ଜାତିସଂଘରେ ଏହି ପ୍ରସଙ୍ଗରେ ହାରିଗଲା ଇସ୍ରାଏଲ, ଆମେରିକା ବି କରିପାରିଲାନି ସହାୟତା

BSKY

ନୂଆଦିଲ୍ଲୀ: ହମାସର ଆକ୍ରମଣ ପରେ ଗାଜା ଉପରେ ଇସ୍ରାଏଲ ସେନାର ଆକ୍ରମଣ ଲଗାତର ଜାରି ରହିଛି । ହମାସ ଆତଙ୍କବାଦୀ ସଂଗଠନକୁ ମୂଳପୋଛ ନ କରିବା ଯାଏ ଇସ୍ରାଏଲ ଯୁଦ୍ଧ ବନ୍ଦ କରିବ ନାହିଁ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ କହିଛନ୍ତି । ଏ ପର୍ଯ୍ୟନ୍ତ ଗାଜା ଉପରେ ଇସ୍ରାଏଲର ଆକ୍ରମଣରେ ହମାସର ହଜାରରୁ ଅଧିକ ଆତଙ୍କବାଦୀ ମୃତ୍ୟୁବରଣ କଲେଣି । ଆମେରିକା, ଫ୍ରାନ୍ସ, ବ୍ରିଟେନ ପରି ଦେଶ ଏହି ଯୁଦ୍ଧରେ ଇସ୍ରାଏଲର ସମର୍ଥନ କରୁଛନ୍ତି । ଏହିସବୁ ଦେଶ ହମାସର ମୂଳପୋଛ ଚାହୁଁଛନ୍ତି । ହମାସର ନିପାତ ଲାଗି ଆମେରିକା ଇସ୍ରାଏଲକୁ ବହୁ ମାତ୍ରାରେ ପ୍ରତିରକ୍ଷା ସାମଗ୍ରୀ ବି ପ୍ରଦାନ କରିଛି । କିନ୍ତୁ ଏସବୁ ମଧ୍ୟରେ ଇସ୍ରାଏଲ ଲାଗି ଏକ ଖରାପ ଖବର ଆସିଛି । ଇସ୍ରାଏଲକୁ ଜାତିସଂଘ ସୁରକ୍ଷା ପରିଷଦରେ ଏକ ବଡ ଧକ୍କାର ସମ୍ମୁଖୀନ ହେବାକୁ ପଡିଛି । ଆମେରିକା ବି ଏହି ପ୍ରସଙ୍ଗରେ ଇସ୍ରାଏଲର ସହାୟତା କରିପାରି ନାହିଁ । ଏବେ ଗାଜାରେ ଇସ୍ରାଏଲକୁ ନିଜ ଅଭିଯାନକୁ ଆଗକୁ ନେବାରେ ସମସ୍ୟାର ସାମ୍ନା କରିବାକୁ ପଡିବ ।
ଗାଜାରେ ଇସ୍ରାଏଲର ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ ମଧ୍ୟରେ ପାଲେଷ୍ଟାନୀୟମାନଙ୍କ ବଢୁଥିବା ସମସ୍ୟାକୁ କମ୍ କରିବା ପାଇଁ ‘ତତ୍କାଳ ତଥା ବିସ୍ତାରିତ ମାନବୀୟ ସଂଘର୍ଷ ବିରାମ’ ଦାବୀ ନେଇ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ଏହାକୁ ଜାତିସଂଘ ସ୍ୱୀକୃତି ଦେଇଛି । ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଜାତିସଂଘ ଦ୍ୱାରା ସ୍ୱୀକୃତି ମିଳିଥିବା ଏହା ପ୍ରଥମ ପ୍ରସ୍ତାବ । କିନ୍ତୁ ଇସ୍ରାଏଲ ଏହି ପ୍ରସ୍ତାବକୁ ଖାରଜ କରିଦେଇଛି । ଏହା ସତ୍ତ୍ୱେ ବି ଇସ୍ରାଏଲର ସମସ୍ୟା ବଢିଯାଇପାରେ । ଜାତିସଂଘ ଗାଜାରେ ଯୁଦ୍ଧ ବିରାମ ଲାଗି ଇସ୍ରାଏଲ ଉପରେ ଚାପ ପକାଇପାରେ ।

୧୫ ସଦସ୍ୟ ବିଶିଷ୍ଟ ସୁରକ୍ଷା ପରିଷଦରେ ପ୍ରସ୍ତାବ ପକ୍ଷରେ ୧୨ ଭୋଟ ଦିଆଯାଇଛି । ଏହି ପ୍ରସ୍ତାବରେ ଆମେରିକା ମଧ୍ୟ ଇସ୍ରାଏଲର ସମର୍ଥନ କରିନାହିଁ । ମତଦାନରେ ଆମେରିକା, ବ୍ରିଟେନ ଓ ଋଷ ନିଜକୁ ଦୂରେଇ ରଖିଥିଲେ । ଜାତିସଂଘରେ ଏହି ପ୍ରସ୍ତାବ ମାଲଟା ପକ୍ଷରୁ ଅଣାଯାଇଥିଲା । ତେବେ ଏହି ପ୍ରସ୍ତାବ ଜାତିସଂଘରେ ସ୍ୱୀକୃତି ପାଇବା ପରେ ଏକ ଗମ୍ଭୀର ମତଭେଦ ଦୂର ହୋଇପାରିଛି ଯେଉଁ କାରଣରୁ ପୂର୍ବରୁ ୪ ଗୋଟି ପ୍ରସ୍ତାବକୁ ସ୍ୱୀକୃତି ମିଳିପାରି ନ ଥିଲା । ମାଲ୍‌ଟାର ରାଷ୍ଟ୍ରଦୂତ ଭେନେସା ଫ୍ରେଞ୍ଜିୟର କହିଛନ୍ତି, ଆମେ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ବିଜୟ ହାସଲ କରିଛୁ । ଆମେ ସଶସ୍ତ୍ର ସଂଘର୍ଷରେ ନାଗରିକଙ୍କ ସୁରକ୍ଷା ଓ ଶିଶୁଙ୍କ ପୀଡା ଦୂର କରିବା ଲାଗି ନିଜର ପ୍ରତିବଦ୍ଧତା ଉପରେ କାର୍ଯ୍ୟ ଜାରି ରଖିବୁ ।

Get real time updates directly on you device, subscribe now.