fbpx

Video; ୟୁଟ୍ୟୁବରୁ ଦେଖି ଦିଆସିଲି କାଠିରୁ ବୋମା ତିଆରି କରୁଥିଲେ କୁନି ପିଲା; ହଠାତ୍ ହେଲା ବିସ୍ଫୋରଣ, ୫ ଶିଶୁ ଗୁରୁତର

ମୁଜାଫରପୁର: ମୁଜାଫରପୁରର ଗାଇଘାଟ ଥାନା ଅଞ୍ଚଳରେ ପିଲାମାନେ ୟୁଟ୍ୟୁବରେ ଦେଖି ଟର୍ଚ୍ଚରେ ଦିଆସିଲି କାଠିର ବାରୁଦ ଭର୍ତ୍ତି କରି ବୋମା ତିଆରି କରିବାକୁ ଚେଷ୍ଟା କରୁଥିଲେ । ଏହାପରେ ହୋଇଥିବା ବିସ୍ଫୋରଣରେ ପିଲାମାନେ ଆହତ ହୋଇଥିଲେ । ସମସ୍ତ ପିଲା କାଠିରୁ ବାରୁଦ କାଢ଼ି ଓ ବାଣ ବାରୁଦ ବାହାର କରି ଗୋଟିଏ ଜାଗାରେ ଭର୍ତ୍ତି କରୁଥିବା କୁହାଯାଉଛି । ଏହି ସମୟରେ ଏହି ଦୁର୍ଘଟଣା ଘଟିଛି ।

ଏହି ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏସଏସପି ରାକେଶ କୁମାର ପୂରା ମାମଲାକୁ ନିଶ୍ଚିତ କରିଛନ୍ତି । ଘଟଣାସ୍ଥଳରେ ପୋଲିସର ଏକ ଟିମ୍ ଉପସ୍ଥିତ ଥିବା ସେ କହିଛନ୍ତି । ଘଟଣାର ତଦନ୍ତ ଚାଲିଛି । ଏଥିରେ ଜଣେ ଶିଶୁ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣ ଶିଶୁ ସାମାନ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ସମଗ୍ର ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.