fbpx

ଡାଇବେଟିସ୍ ରୋଗୀ ଏବେ ମନଭରି ଖାଇପାରିବେ ଆମ୍ବ, ଲ୍ୟାବରେ ହୋଇଛି ପରୀକ୍ଷଣ

Advertisement

ମୁଜାଫରପୁର:ଆମ୍ବ ଖାଇବାକୁ କିଏ ବା ଭଲ ନ ପାଏ । କିନ୍ତୁ ଡାଇବେଟିସ୍ ରୋଗୀମାନେ ଏହାର ମିଠା ଗୁଣ ଯୋଗୁ ଏହା ଖାଇବାକୁ ଭୟ କରିଥାନ୍ତି । କିନ୍ତୁ ଏବେ ଡାଇବେଟିସ୍ ରୋଗୀ ମାନେ ବି ମନ ଭରି ଆମ୍ବର ସ୍ୱାଦ ଉଠାଇପାରିବେ । କାରଣ ଆଉ କିଛି ଦିନ ପରେ ବଜାରକୁ ଆସିଯିବ ସୁଗାର ଫ୍ରି ଆମ୍ବ । ଏହି ଦାବୀ କରିଛନ୍ତି ମୁଜାଫରପୁର ମୁଶହରୀ ପ୍ରଖଣ୍ଡର ବିନ୍ଦା ଗ୍ରାମରେ ରହୁଥିବା କୃଷକ ରାମ କିଶୋର ସିଂହ । ରାମ କିଶୋର ନିଜେ ଜଣେ ଡାଇବେଟିସ୍ ରୋଗୀ । କିନ୍ତୁ ସେ ଆମ୍ବ ଖାଇବାକୁ ଖୁବ୍ ଭଲ ପାଆନ୍ତି । ନିଜର ଏହି ଇଚ୍ଛା ପୁରଣ ଲାଗି ରାମ କିଶୋର ନିଜ ବଗିଚାରେ ସୁଗାର ଫ୍ରି ଆମ୍ବ ଚାଷ କରିଛନ୍ତି ।

ସେ କହିଛନ୍ତି ଏବେ ଆଉ ତାଙ୍କୁ କିମ୍ବା ତାଙ୍କ ପରି ଡାଇବେଟିସ୍ ରୋଗୀଙ୍କୁ ଆମ୍ବ ଖାଇବାରେ କୌଣସି ସମସ୍ୟା ନାହିଁ । ତାଙ୍କର ଏହି ପ୍ରୟାସ ଲାଗି ମହାରାଷ୍ଟ୍ର ଜଲଗାଓଁର ଏଏସ୍ଏମ୍ ଫାଉଣ୍ଡେସନ ପକ୍ଷରୁ ତାଙ୍କୁ ଉଦ୍ୟାନ ରତ୍ନ ପୁରସ୍କାର ଦିଆଯାଇଛି । ଏଥିରେ ପ୍ରତିଷ୍ଠିତ ଜେନ୍ ଇରିଗେସନ୍ ପରି ସଂସ୍ଥା ମଧ୍ୟ ସାମିଲ ରହିଛି । ରାମ କିଶୋର ଏହା ପୂର୍ବରୁ ମଧ୍ୟ କୃଷି କ୍ଷେତ୍ରରେ ବହୁ ପୁରସ୍କାର ଓ କୁଇଜ୍ ପ୍ରତିଯୋଗିତା ଜିତି ସାରିଛନ୍ତି ।
ଫଳ ରାଜା ଆମ୍ବ ଖାଇବାକୁ ସାରା ବିଶ୍ୱର ଲୋକେ ପାଗଳ । ଏପରି ସ୍ଥିତିରେ ଡାଇବେଟିସ୍ରେ ପୀଡିତ ଲୋକଙ୍କ ଲାଗି ଏବେ ବଜାରରେ ଆମ୍ବର ଏପରି ବିକଳ୍ପ ଉପଲବ୍ଧ ହେଲାଣି ଯାହା ତାଙ୍କ ସ୍ୱାସ୍ଥ୍ୟ ପ୍ରତି କୌଣସି କ୍ଷତି ନ ପହଞ୍ଚାଇବା ସହ ଆମର ମୂଳ ସ୍ୱାଦ ବି ଅପରିବର୍ତ୍ତିତ ରହିବ ।

ରାମ କିଶୋରଙ୍କ ଏହି ସୁଗାର ଫ୍ରି ଆମ୍ବର ପରୀକ୍ଷା ଲାବୋରାଟୋରୀରେ ମଧ୍ୟ ହୋଇସାରିଛି । ରାମ କିଶୋର କହିଛନ୍ତି ଲୋକପ୍ରିୟ ମାଲଦା ଆମ୍ବର ଟିଏସଏସ୍ ଅର୍ଥାତ୍ ଟୋଟାଲ ସଲ୍ୟୁବଲ୍ ସବଷ୍ଟାନ୍ସ ୨୫ ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ସେ ଅମଳ କରୁଥିବା ଆମ୍ବର ଟିଏସଏସ୍ ୧୨ରୁ ୧୩ ମଧ୍ୟରେ ରହିଥାଏ ଯାହା ମଧୁମେହ ପୀଡିତଙ୍କ ଲାଗି ବିଲକୁଲ୍ କ୍ଷତିକାରକ ନୁହେଁ । ସେ ଲ୍ୟାବ୍ରେ ମଧ୍ୟ ଏହି ଆମ୍ବକୁ ପରୀକ୍ଷା କରିଛନ୍ତି ।
ରାମ କିଶୋର କହିଛନ୍ତି ସୁଗାର ଫ୍ରି ଆମ୍ବ ଅମଳ କରିବାକୁ ଚାହୁଁଥିବା ବ୍ୟକ୍ତି ତାଙ୍କ ନର୍ସରୀରୁ ଏହି ଆମ୍ବର ଚାରା ନେଇପାରିବେ । ମୁଶହରୀ ପ୍ରଖଣ୍ଡର ରୋହୁଆ ରୋଡ୍ କୃଷ୍ଣା ପ୍ରିୟା ନର୍ସରୀରେ ୪୦୦୦ ଟଙ୍କାରେ ଏହି ଆମ୍ବ ଚାରା ମିଳିଥାଏ ।

Get real time updates directly on you device, subscribe now.