fbpx

OPSC ପକ୍ଷରୁ ଆସିଲା କରିଜେଣ୍ଡମ୍: MVI, ଅତିରିକ୍ତ RTO ପଦର ରିପୋର୍ଟିଂ ଟାଇମ୍, ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ସମୟ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଟର ଯାନ ଇନ୍ସପେକ୍ଟର (ଏମଭିଆଇ), ଅତିରିକ୍ତ ଆରଟିଓ, ଆସିଷ୍ଟାଷ୍ଟ ୱାର୍କସ ଇଞ୍ଜିନିୟର ପଦକୁ ନେଇ ଆସିଛି ଏକ ନୂଆ ଅପଡେଟ୍ । ଗତ ୧୦ ତାରିଖରେ ଏହି ସମସ୍ତ ପଦ ପାଇଁ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଅନୁଷ୍ଠିତ ହୋଇଥିବା ବେଳେ ୯୮ ଜଣ ସମ୍ଭାବ୍ୟ ପ୍ରାର୍ଥୀ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତା ୨୯ ତାରିଖରୁ ୩୧ ତାରିଖ ମଧ୍ୟରେ ଏହି ପରୀକ୍ଷା ହେବ । ଗତ ୨୧ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ଡିଟେଲ୍ସ ପ୍ରୋଗ୍ରାମ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଜାରି କରାଯାଇଥିଲା ।

ତେବେ ଏହା ମଧ୍ୟରେ ଓପିଏସସି ପକ୍ଷରୁ ଏକ କରିଜେଣ୍ଡମ୍ ଜାରି କରାଯାଇଛି । ମୋଟର ଯାନ ଇନ୍ସପେକ୍ଟର (ଏମଭିଆଇ), ଅତିରିକ୍ତ ଆରଟିଓ, ଆସିଷ୍ଟାଷ୍ଟ ୱାର୍କସ ଇଞ୍ଜିନିୟର ପଦର ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ସମୟରେ ପରିବର୍ତ୍ତନ କରାଯାଇଛି । ୩୧ ତାରିଖରେ ୯ ଜଣ ପ୍ରାର୍ଥୀଙ୍କର ରିପୋର୍ଟିଂ ଟାଇମ, ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ଟେଷ୍ଟ ସମୟ ବଦଳିଛି । ପୂର୍ବରୁ ଏଥିପାଇଁ ସମୟ ଯଥାକ୍ରମେ ମଧ୍ୟାହ୍ନ ୧୨ଟା, ମଧ୍ୟାହ୍ନ ୧୨.୩୦ ଓ ଦ୍ୱିପ୍ରହର ୨.୩୦ ସମୟ ନିର୍ଦ୍ଧାରିତ ହୋଇଥିବା ବେଳେ ଏବେ ତାହା ସକାଳ ୮ଟା, ୮.୩୦ ଓ ୧୦.୪୫ରେ ହେବ ବୋଲି ଟାଇମିଂ ରିଶିଡ୍ୟୁଲ୍ ହୋଇଛି । ଆସନ୍ତା ୨୯ରୁ ୩୧ ତାରିଖ ମଧ୍ୟରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ପାଇଁ ଚୟନ ହୋଇଥିବା ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

Get real time updates directly on you device, subscribe now.