fbpx

MVI, ଅତିରିକ୍ତ RTO କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଶିଡ୍ୟୁଲ ପରିବର୍ତ୍ତନ ହେଲା: ନୂଆ ତାରିଖ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଟର ଯାନ ଇନ୍ସପେକ୍ଟର (ଏମଭିଆଇ), ଅତିରିକ୍ତ ଆରଟିଓ (ଏନଫୋର୍ସମେଣ୍ଟ), ଆସିଷ୍ଟାଣ୍ଟ ୱାର୍କ୍ସ ଇଞ୍ଜିନିୟର ନିଯୁକ୍ତିକୁ ନେଇ ଆସିଛି ଏକ ଜରୁରୀ ଅପଡେଟ୍ । ଅଗଷ୍ଟ ୪ ତାରିଖରେ ଏହି ସମସ୍ତ ପଦ ପାଇଁ କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଅନୁଷ୍ଠିତ ହେବା ନେଇ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ମାତ୍ର ଏବେ ଉକ୍ତ ପରୀକ୍ଷା ଶିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ଅଗଷ୍ଟ ୧୦ ତାରିଖରେ ଏହି ନିଯୁକ୍ତିର କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଆୟୋଜନ କରାଯିବ । ଏନେଇ ଓଡ଼ିଶା ଲୋକସଭା ଆୟୋଗ (ଓପିଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଏହି ପରୀକ୍ଷାର ସବିଶେଷ ସୂଚନା ଖୁବଶୀଘ୍ର ଜାରି କରାଯିବ । ତେଣୁ ନିୟମିତ ଭାବେ ଓପିଏସସିର ଅଫିସିଆଲ ୱେବସାଇଟ୍ ଚେକ୍ କରିବାକୁ ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.