fbpx

ମୋ ପିଲାଙ୍କ instagram ଆକାଉଣ୍ଟ ହ୍ୟାକ କରାଯାଇଛି: ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରିୟଙ୍କା ଗାନ୍ଧୀ

Advertisement

ନୂଆଦିଲ୍ଳୀ: ଜାତୀୟ କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ତାଙ୍କ ପିଲାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ହେଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ଅଭଯୋଗ ପିଲାଙ୍କ ବ୍ୟକ୍ତିଗତ ଗୋପନୀୟତା କ୍ଷୁର୍ଣ୍ଣ ହେଉଛି ଓ ଏହା ପ୍ରଭାବିତ ହେଉଛି । ଉତ୍ତର ପ୍ରଦେଶ ସରକାର ଯୋଗୀ ଆଦିତ୍ୟନାଥ ବିରୋଧରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଫୋନ ଟ୍ୟାପ୍ ଅଭିଯୋଗର ଉଦାହରଣ ଦେଇଥିଲେ ପ୍ରିୟଙ୍କା । ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ , ଆମ ସମସ୍ତେ ଫୋନରେ କଥା ହେଉଥିବା ବେଳେ ରେକର୍ଡ କରାଯଉଛି । ଏହିପରି ଭାବରେ ଇଲୋକ୍ଟ୍ରନିକ ସାମଗ୍ରୀକୁ ନେଇ କୂଟନୈତିକ ରାଜନୀତି କରାଯାଉଛି ବୋଲି ଜଣାପଡିଛି ।

ଏପଟେ ଉତ୍ତର ପ୍ରଦେଶରେ ନାରୀ ସଶକ୍ତି ଉପରେ ରାଜନୀତି କରିବାର ଦେଖିବାକୁ ମିଳିଛି । “ଲଡକି ହୁଁ ଲଡ ସକ୍ତି ହୁଁ ‘ ୟୁପି ରାଲିରେ ପ୍ରଧାନ ମନ୍ତ୍ରୀ ମୋଦି ନାରୀ ସଶକ୍ତି ଉପରେ କହିଛନ୍ତି । ପୂର୍ବରୁ ପ୍ରଧାନମନ୍ତ୍ରୀ କୃଷକଙ୍କ ନିକଟରେ ମୁଣ୍ଡ ନୁଆଁଇଥିଲେ ବର୍ତ୍ତମାନ ନାରୀଙ୍କ ଆଗରେ ମୁଣ୍ଡ ନୁଆଇଁଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ପ୍ରିୟଙ୍କା ।

Get real time updates directly on you device, subscribe now.