fbpx

‘ଉପ ରାଷ୍ଟ୍ରପତିଙ୍କୁ ଅପମାନିତ କରିବା ମୋ ଉଦ୍ଦେଶ୍ୟ ନଥିଲା’ ସ୍ପଷ୍ଟୋକ୍ତି କରିଲେ କଲ୍ୟାଣ ବାନାର୍ଜୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତିଙ୍କ ନକଲ(ମିମିକ୍ରି) କରିଥିବା ଟିଏମ୍ସି ସାଂସଦ କଲ୍ୟାଣ ବାନାର୍ଜୀ ଅନେକ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି । ‘କାହାକୁ ଆଘାତ ଦେବା ମୋ ଉଦ୍ଦେଶ୍ୟ ନଥିଲା । ଧନଖଡ଼ ମୋ ଠାରୁ ବହୁତ ବରିଷ୍ଠ ଅଟନ୍ତି । ମୁଁ ତାଙ୍କର ଯଥେଷ୍ଟ ସମ୍ମାନ କରେ । ସେ ମୋ କଥାକୁ ଏତେ ଗୁରୁତର ସହ ଗ୍ରହଣ କରିବେ ବୋଲି ଜାଣି ନଥିଲି ’ ବୋଲି ଟିଏମ୍ସି ସାଂସଦ କହିଥିବା ମିଡିଆ ରିପୋର୍ଟରୁ ପ୍ରକାଶ ।

‘ମିମିକ୍ରି କରିବା ଏକ କଳା । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଲୋକସଭାରେ ମିମିକ୍ରି କରିଥିଲେ । ପ୍ରମାଣ ସ୍ୱରୂପ ମୁଁ ଭିଡ଼ିଓ ବି ଦେଖାଇପାରିବି । ୨୦୧୪ ଏବଂ ୨୦୧୯ରେ ପ୍ରଧାନମନ୍ତ୍ରୀ ଏଭଳି ମିମିକ୍ରି କରିଥିଲେ । ତେବେ ମୋ ମାମଲାକୁ ଏତେ ଗମ୍ଭୀରତାର ସହ କାହିଁକି ନିଆଯାଉଛି’ ବୋଲି ଟିଏମ୍ସି ସାଂସଦ କଲ୍ୟାଣ ବାନାଜୀ’ ସ୍ପେଷ୍ଟୋକ୍ତି କରିଥିଲେ ।

Get real time updates directly on you device, subscribe now.