fbpx

ମୋ ପୁଅକୁ ‘Woke Mind Virus’ ମାରିଦେଲା! ଜାତିଗତ ଭେଦଭାବ ଉପରେ ଏଲନ ମସ୍କଙ୍କ ବିବାଦୀୟ ବିବୃତ୍ତି

ନୂଆଦିଲ୍ଲୀ: ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି ଯେ, ‘Woke Mind Virus’ ତାଙ୍କ ପୁଅ ଜେବିୟରଙ୍କୁ କାଳ୍ପନିକ ଭାବେ ମାରିଦେଇଛି । ସୋମବାର ଡା, ଜର୍ଡନ ପେଟନର୍ସଙ୍କ ଏକ ଇଣ୍ଟରଭ୍ୟୁରେ ମସ୍କ କହିଛନ୍ତି ଯେ, ସେ ନିଜ ପୁଅ ପାଇଁ ଜେଣ୍ଡର-ଅଫିରମିଙ୍ଗ କେୟାର ପ୍ରକ୍ରିୟାମାନଙ୍କ ପାଇଁ ସହମତି ଦେବା ପାଇଁ ତାଙ୍କୁ ଧୋକା ଦିଆଯାଇଛି । ସେ ଏହାକୁ ଶିଶୁ ନିର୍ଯାତନା ଏବଂ ନିରାକରଣ ବୋଲି କହିଛନ୍ତି ।

ଏଲନ ମସ୍କ ଯେଉଁ ‘ଓକ ମାଇଣ୍ଡ ଭାଇରସ’ କଥା କହିଛନ୍ତି, ତାର ଅର୍ଥ ସମାଜରେ ଜାତିଗତ ଭେଦଭାବ ସହ ଜଡିତ । ‘ବ୍ଲାକ’ ସମୁଦାୟ ସର୍ବ ପ୍ରଥମେ ‘ଓକ’ ଶବ୍ଦର ବ୍ୟବହାର ଜାତିଗତ ଭେଦଭାବ ବିରୋଧରେ କରିଥିଲେ ।

ଏଲନ ମସ୍କ ଡେଲୀ ବାୟରଙ୍କ ସହ ସାକ୍ଷାତକାରରେ ପେଟର୍ସନଙ୍କ ସହ କଥା ହୋଇ କହିଛନ୍ତି ଯେ, ମୋତେ ମୋ ବଡ଼ ପୁଅ ଜେବିୟର ପାଇଁ ଡକ୍ୟୁମେଣ୍ଟରେ ଦସ୍ତଖସ୍ତ କରିବା ଲାଗି ଧୋକା ଦିଆଯାଇଥିଲା । ଏହା ସେତେବେଳେ ହୋଇଥିଲା ଯେତେବେଳେ ମୋତେ ବୁଝାପଡୁନଥିଲା ଯେ, କଣ ସବୁ ଘଟୁଛି । କୋଭିଡ ଚଲୁଥିଲା, ସେଥିପାଇଁ ବହୁତ ସାରା ଦ୍ୱନ୍ଦ୍ୱ ଥିଲା ଏବଂ ମୋତେ କୁହାଯାଉଥିଲା ଯେ, ଯଦି ଜେବିୟର ଏପରି ନ କରିଥାଆନ୍ତା ତେବେ ସେ ଆତ୍ମହତ୍ୟା କରିଥାଆନ୍ତା ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ର ମାଲିକ କହିଥିଲେ ଯେ, ଏହି ପ୍ରକ୍ରିୟା ସହମତିର ବୟସଠାରୁ ବହୁତ କମ ବର୍ଷୀୟ ଶିଶୁଙ୍କ ସହ କରାଯାଉଛି ଏବଂ ପେଟର୍ସନ ଏହାକୁ ସମର୍ଥନ କରି କହିଛନ୍ତି ଯେ, ଯିଏ ଏହାକୁ ପ୍ରୋତ୍ସାହିତ କରୁଛି ତାକୁ ଜେଲ ପଠାଇବା ଆବଶ୍ୟକ । ସେ କହିଛନ୍ତି ଯେ, ମୋତେ ଏପରି କରିବା ପାଇଁ ଧୋକା ଦିଆଯାଇଥିଲା । ମୁଁ ସବୁଦିନ ପାଇଁ ମୋ ପୁଅକୁ ହରାଇଲି । ମସ୍କ ଏହାକୁ ଡେଡନେମିଙ୍ଗ କହୁଛନ୍ତି ।

https://x.com/libsoftiktok/status/1815508710888030621?t=klS450nRkQvXfBRe4zKMew&s=19

ବିବିୟନ ମସ୍କ ଜୁନ ୨୦୨୨ରେ ୧୮ ବର୍ଷରେ ଟ୍ରାନ୍ସଜେଣ୍ଡର ଭାବେ ନିଜକୁ ପରିଚିତ କରାଇଥିଲେ । ସେ ନିଜ ନାମ ଜେବିୟରରୁ ବିବିୟନ କରିବା ଏବଂ ନିଜ ମାଆଙ୍କ ସରନେମ ନେବାକୁ ଅପିଲ କରିଥିଲେ । ଏଥିସହ ସେ ଏହା କହିଥିଲେ ଯେ, ବର୍ତ୍ତମାନ ସେ ନିଜ ଜୈବିକ ପିତାଙ୍କଠାରୁ କୌଣସି ଭାବେ ଜଡିତ ରହିବାକୁ ଚାହୁଁନାହାନ୍ତି । ସୂଚନାନୁଯାୟୀ, ବିଲିୟନ ବିଲ୍ସନଙ୍କ ମାଆ ଜଷ୍ଟିନ ବିଲ୍ସନ ଅଟେ, ସେ ଜଣେ କାନାଡୀୟ ଲେଖିକା ଅଟନ୍ତି, ଯିଏ ୨୦୦୮ରେ ମସ୍କଙ୍କୁ ଛାଡପତ୍ର ଦେଇଥିଲେ ।

 

Get real time updates directly on you device, subscribe now.