fbpx

ମୋ ଆତ୍ମା କେବେ ବି କଂଗ୍ରେସରୁ ଅଲଗା ହେବ ନାହିଁ,କଂଗ୍ରେସରୁ ଇସ୍ତଫା ଦେଇ ଏପରି କହିଲେ ସୁର ରାଉତରାୟ

ଭୁବନେଶ୍ୱର:ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ କଂଗ୍ରେସ ସହ ନିବିଡ ଭାବେ ସଂଶ୍ଲିଷ୍ଟ ଥିବା ବିଧାୟକ ସୁର ରାଉତାରାୟ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ଆଜି ତାଙ୍କ ସାନ ପୁଅ ବିଜେଡିରେ ମିଶିବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଏକ ଚିଠି ଲେଖି ସୁର ରାଉତରାୟ କହିଛନ୍ତି, ତାଙ୍କ ସାନପୁଅ ମନ୍ମଥକୁ ଯେତେ ବୁଝାଇଥିଲେ ମଧ୍ୟ ସେ ମୋ କଥା ଶୁଣି ନ ଥିଲା । ଶେଷରେ ସେ ତା’ ଇଚ୍ଛାରେ ବିଜେଡିରେ ସାମିଲ ହୋଇଥିଲା ।

ପୁଅର ଏପରି ନିଷ୍ପତ୍ତି ମୋ ସ୍ୱାଭିମାନ ଓ ଅନ୍ତରାତ୍ମାକୁ ଆଘାତ ଦେଇଛି । ଏଣୁ ବିବେକ ଦୃଷ୍ଟିରୁ ମୁଁ ସମସ୍ତ କମିଟିରୁ ଇସ୍ତଫା ଦେଉଛି । ସେ ସମସ୍ତ କମିଟିରୁ ଇସ୍ତଫା ଦେଇଥିଲେ ମଧ୍ୟ ଦଳରେ ରହିବେ ବୋଲି କହିଛନ୍ତି ଓ ଜୀବନ ଥିବା ଯାଏ ସେ କଂଗ୍ରେସରେ ରହିବେ । ଏହା ସହିତ ତାଙ୍କ ଭୋଟ ଅନ୍ୟ ଦଳକୁ ଯିବ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.