fbpx

ଓଡ଼ିଶା ବିଧାନସଭା ନିର୍ବାଚନ: କେଉଁ ଆସନରୁ କାହାକୁ ଟିକେଟ ଦେଲା BJD? ଦେଖନ୍ତୁ ପୂରା ଲିଷ୍ଟ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଯାଇଛି । ଲୋକସଭା ନିର୍ବାଚନ ପାଇଁ ୨ ଜଣ ନେତାଙ୍କ ନାଁ ରହିଥିବା ବେଳେ ବିଧାନସଭା ନିର୍ବାଚନରେ ନବାଗତ ମନ୍ମଥ ରାଉତରାୟଙ୍କୁ ସାମିଲ କରାଯାଇଛି । ଏହି ତାଲିକା ଅନୁସାରେ, ଆଗାମୀ ନିର୍ବାଚନରେ ବିଜେଡିର ସାଧାରଣ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଅଂଶୁମାନ ମହାନ୍ତିଙ୍କୁ ଲୋକସଭା ନିର୍ବାଚନ ପାଇଁ ଟିକେଟ ଦେଇଛି ବିଜେଡି । ଅର୍ଥାତ୍ ସମ୍ବଲପୁରରେ ଏଥର ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରଣବ ପ୍ରକାଶ ଦାସଙ୍କ ମଧ୍ୟରେ ଲଢେଇ ଦେଖିବାକୁ ମିଳିବ । ଅନ୍ୟ ପକ୍ଷରେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ବୈଜୟନ୍ତ ପଣ୍ଡା ଏବଂ ଅଂଶୁମାନଙ୍କ ମଧ୍ୟରେ ହେବ କଡ଼ା ଟକ୍କର । ଲୋକସଭା ପାଇଁ କଳାହାଣ୍ଡିରୁ ଲମ୍ବୋଦର ନିଆଲ, ସୁନ୍ଦରଗଡ଼ରୁ ଦିଲୀପ ତିର୍କୀ, ମୟୂରଭଞ୍ଜରୁ ସୁଦାମ ମାରାଣ୍ଡି, ନବରଙ୍ଗପୁରରୁ ପ୍ରଦୀପ ମାଝୀ, ଭୁବନେଶ୍ବରରୁ ମନ୍ମଥ ରାଉତରାୟ, କୋରାପୁଟରୁ କୌଶଲ୍ୟା ମାଝୀ, ଆସିକାରୁ ରଂଜିତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ବଲାଙ୍ଗୀରରୁ କଳିକେଶ ନାରାୟଣ ସିଂହଦେଓଙ୍କୁ ଟିକେଟ ମିଳିଥିବା ବେଳେ ଜୁନାଗଡ଼ରୁ ଦିବ୍ୟଶଙ୍କର ମିଶ୍ରଙ୍କୁ ଟିକେଟ ଦେଇଛି ବିଜେଡି । ତେବେ କିଛି ସମୟ ପୂର୍ବରୁ ବିଜେଡି ସହ ସାମିଲ ହୋଇଥିବା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱରରୁ ଲଢିବା ପାଇଁ ଦଳ ଟିକେଟ ଦେଇଛି । ଓଡ଼ିଶା ବିଧାନସଭା ନିର୍ବାଚନରେ ବାଙ୍କୀ ଆସନରୁ ଲଢିବା ପାଇଁ ଦେବୀରଞ୍ଜନ ତ୍ରିପାଠୀଙ୍କୁ ଟିକେଟ ଦେଇଛି ବିଜୁ ଜନତା ଦଳ । ଏହାପରେ ବରଗଡ଼ରୁ ବିଧାନସଭା ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଦେବେଶ ଆଚାର୍ଯ୍ୟ । ସେହିପରି ବିଜେପୁରରୁ ରୀତା ସାହୁ, ପାଟଣାଗଡ଼ରୁ ସରୋଜ ମେହେର ଏବଂ ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ ନିର୍ବାଚନ ଲଢିବେ । ଏହାବ୍ୟତୀତ ସୁନ୍ଦରଗଡ଼ରୁ ହକି ତାରକା ଦିଲ୍ଲୀପ ତିର୍କୀଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ ।

ସେହିପରି  ଆଠଗଡରୁ ରଣେନ୍ଦ୍ର ପ୍ରତାପ ସ୍ୱାଇ, କଟକ ଚୌଦ୍ୱାରରୁ ସୌଭିକ ବିଶ୍ୱାଳ, ନିଆଳିରୁ ପ୍ରମୋଦ ମଲ୍ଲିକ, କଟକ ସଦରରୁ ଚନ୍ଦ୍ରସାରଥୀ ବେହେରା, ପାଟକୁରାରୁ ଅରବିନ୍ଦ ମହାପାତ୍ର,ଆଳିରୁ ପ୍ରତାପ ଦେବ, ରାଜନଗରରୁ ଧ୍ରୁବ ସାହୁ, ମହାକାଳପଡାରୁ ଅତନୁ ସବ୍ୟସାଚ୍ଚୀ ନାୟକ, ପୁରୀରୁ ସୁନୀଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଞ୍ଜୟ ଦାସବର୍ମା, ପିପିଲିରୁ ରୁଦ୍ର ପ୍ରସାଦ ମହାରଥୀ, ଜଟଣୀରୁ ବିଭୂତି ବଳବନ୍ତରାୟ, ରଣପୁରରୁ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲାରୁ ରମେଶ ଚନ୍ଦ୍ର ବେହେରା, ନୟାଗଡରୁ ଅରୁଣ ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ଟିଟିଲାଗଡରୁ ଟୁକୁନି ସାହୁ, ନୂଆପଡାରୁ ରାଜେନ୍ଦ୍ର ଢୋଲକିଆ, ଉମରକୋଟରୁ ନବୀନା ନାୟକ, ଝରିଗାଁରୁ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁରୁ ମନୋହର ରନ୍ଧାରୀ, ଲାଞ୍ଜିଗଡରୁ ପ୍ରଦୀପ କୁମାର ଦିଶାରୀ, ଧର୍ମଗଡରୁ ପୁଷ୍ପେନ୍ଦ୍ର ସିଂ ଦେଓ, ଭବାନୀପାଟଣାରୁ ଲତିକା ନାୟକ, ଜି ଉଦୟଗିରିରୁ ସାଲୁଗା ପ୍ରଧାନ, କଣ୍ଟାମାଳରୁ ମହିଧର ରଣା, ବୌଦ୍ଧରୁ ପ୍ରଦୀପ କୁମାର ଅମାତଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ଅନ୍ୟମାନଙ୍କ ମଧ୍ୟରେ ଛେଣ୍ଡିପଦାରୁ ସୁଶାନ୍ତ କୁମାର ବେହେରା,ସୋନପୁରରୁ  ନିରଞ୍ଜନ ପୂଜାରୀ, ଲୋଇସିଂହାରୁ ନିହାର ରଞ୍ଜନ ବେହେରା, ସୁଦାମ ମାର୍ଣ୍ଡିଙ୍କୁ ମୟୁରଭଞ୍ଜ ବିଧାନସଭା ଆସନରୁ ଟିକେଟ ମିଳିଥିବା ବେଳେ ନବରଙ୍ଗପୁରରୁ ଲଢିବେ ପ୍ରଦୀପ ମାଝୀ । କୋରାପୁଟରୁ କୌଶଲ୍ୟା ହିକ୍କା ପ୍ରାର୍ଥୀ ଭାବରେ ଟିକେଟ ପାଇଛନ୍ତି । ସେହିପରି କଳାହାଣ୍ଡିରୁ ଲମ୍ବୋଦର ନିଆଲ, ଆସିକାରୁ ରଞ୍ଜିତା ସାହୁ, ଗୁଣୁପୁରରୁ ରଘୁନାଥ ଗମାଙ୍ଗ, ବିଷମ କଟକରୁ ଜଗନ୍ନାଥ ସାରକା, ରାୟଗଡାରୁ ଅନୁସୟା ମାଝୀ ଏବଂ ଭଟଲିରୁ ସୁଶାନ୍ତ ସିଂହ ନିର୍ବାଚନ ଲଢିବେ । ତେବେ ଜଳେଶ୍ୱର ବିଦାନସଭା ଆସନର ପ୍ରାର୍ଥୀ ହୋଇଛନ୍ତି ଅଶ୍ୱିନୀ ପାତ୍ର ଏବଂ ବସ୍ତାରୁ ସୁବାସିନୀ ଜେନଜା, ଭଣ୍ଡାରୀପୋଖରୀରୁ ସଞ୍ଜୀବ ମଲ୍ଲିକ, ଚାନ୍ଦବାଲିରୁ ବ୍ୟୋମକେଶ ରାୟ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

ତେବେ ଭଦ୍ରକରୁ ପ୍ରଫୁଲ୍ଲ ସାମଲ, ବାସୁଦେବପୁରରୁ ବିଷ୍ଣୁବ୍ରତ ରାଉତ, ଧାମନଗରରୁ ସଞ୍ଜୟ ଦାସ, ବିଞ୍ଝାରପୁରରୁ ପ୍ରମିଳା ମଲ୍ଲିକଙ୍କୁ ବିଧାନସଭା ନିର୍ବାଚନର ସାରଥୀ ସଜାଇଛି ବିଜୁ ଜନତା ଦଳ । ଯାଜପୁରର ଧର୍ମଶାଳା ପାଇଁ ପ୍ରଣବ ବଳବନ୍ତରାୟଙ୍କୁ ପ୍ରାର୍ଥୀ ଭାବରେ ଘୋଷଣା ହୋଇଥିବା ବେଳେ ଯାଜପୁରରୁ ସୁଜାତା ସାହୁ, ସୁକିନ୍ଦାରୁ ପ୍ରତି ରଞ୍ଜନ ଘଡ଼େଇ, ଢେଙ୍କାନାଳରୁ ସୁଧୀର ସାମଲ, କାମାକ୍ଷାନଗରରୁ ପ୍ରଫୁଲ୍ଲ ମଲ୍ଲିକ, ପରଜଙ୍ଗରୁ ନୃସିଂହ ସାହୁ ଏବଂ ପାଲଲହଡ଼ାରୁ ମୁକେଶ ପାଲଙ୍କୁ ବିଧାନସଭା ନିର୍ବାଚନୀ ଟିକେଟ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.