fbpx

ବୈଜ୍ଞାନିକ କଲେ ଚକିତ କରିଦେବା ଭଳି ଖୁଲାସା, ପଶୁ ନୁହେଁ ବରଂ ମଣିଷଙ୍କ ଠାରୁ ୨ ଗୁଣ ଅଧିକ ବ୍ୟାପୁଛି ଭାଇରସ୍‌

ନୂଆଦିଲ୍ଲୀ: କୌଣସି ପ୍ରକାର ମହାମାରୀ କିମ୍ବା ନୂଆ ରୋଗ ବ୍ୟାପିଲେ ଏହାକୁ କୌଣସି ଏକ ପଶୁ ବା ପକ୍ଷୀ ସହ ଯୋଡି ଦିଆଯାଏ ଅର୍ଥାତ୍ ଏହା କୌଣସି ପଶୁ ବା ପକ୍ଷୀ ଠାରୁ ବ୍ୟାପିଛି ବୋଲି କୁହାଯାଏ । ବାଦୁଡି ଠାରୁ କୋଭିଡ୍ ୧୯ ବ୍ୟାପିବା, ସିମ୍ଫାଜୀ ଠାରୁ ଏଡସ୍ ଭାଇରସ୍ ବ୍ୟାପିବା ଇତ୍ୟାଦି । କିନ୍ତୁ ଏବେ ଏକ ଅଧ୍ୟୟନରୁ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ଏହି ଅଧ୍ୟୟନରେ କୁହାଯାଇଛି ପଶୁପକ୍ଷୀଙ୍କୁ ଅଧିକାଂଶ ଭାଇରସ୍ ଜନିତ ସଂକ୍ରମଣ ମଣିଷଙ୍କ ଠାରୁ ହିଁ ହୋଇଛି ।

ଭାଇରସ୍ ବ୍ୟାପିବାର ମାର୍ଗ ଆଉ ଏକତରଫା ହୋଇ ରହିନାହିଁ । ସାର୍ବଜନିକ ସ୍ତରରେ ଦେଖାଯାଉଥିବା ଭାଇରାଲ୍ ଜିନୋମ୍‌ର ଅଧ୍ୟୟନ ପରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି । ମଣିଷ ପଶୁପକ୍ଷୀଙ୍କୁ ୨ ଗୁଣ ଅଧିକ ଭାଇରସ୍ ଦେଇଥାଏ । ବୈଜ୍ଞାନିକ ୧.୨୦କୋଟି ଭାଇରସ୍ ଜିନୋମ୍ ଅଧ୍ୟୟନ କରିଛନ୍ତି ଓ ଏହାର ତଥ୍ୟକୁ ବିଶ୍ଲେଷଣ କରି ଏହି ସୂଚନା ଦେଇଛନ୍ତି ।

ୟୁନିଭରସିଟି କଲେଜ୍ ଲଣ୍ଡନରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି  ୩୦୦୦ଏପରି ମାମଲା ରହିଛି ଯେଉଁଠି ଭାଇରସ୍ ଏକ ପ୍ରଜାତି ଜୀବଙ୍କ ଠାରୁ ଅନ୍ୟ ପ୍ରଜାତିର ଜୀବଙ୍କ ପାଖକୁ ଯାଇଥାଏ । ଏମାନଙ୍କ ମଧ୍ୟରେ ୭୯% ଏପରି ଭାଇରସ୍ ଅଛନ୍ତି ଯାହା ଗୋଟିଏ ପ୍ରଜାତିର ପ୍ରାଣୀଙ୍କ ଠାରୁ ଅନ୍ୟ ପ୍ରଜାତି ପାଖକୁ ସଂକ୍ରମିତ ହୋଇଥାଏ । ତେବେ ୨୧% ଏପରି ଭାଇରସ୍ ଅଛନ୍ତି ଯାହା ମଣିଷ ଠାରୁ ବ୍ୟାପିଥାଏ ।
ତେବେ ଏହି ୩୦୦୦ ଭାଇରସ୍ ମଧ୍ୟରୁ ୬୪% ଏପରି ଭାଇରସ୍ ଅଛନ୍ତି ଯାହା ମଣିଷ ଠାରୁ ପଶୁଙ୍କ ପାଖକୁ ବ୍ୟାପିଥାଏ । ଏହାକୁ ଆନ୍ଥ୍ରୋପୋନୋସିସ୍ କୁହାଯାଏ ।

ଆନ୍ଥ୍ରୋପୋନୋସିସ୍‌ର ଶିକାର ହେଉଥିବା ଜୀବଙ୍କ ମଧ୍ୟରେ ବିଲେଇ, କୁକୁର, ଘୋଡା, ଘୁଷୁରୀ, ମଇଁଷି ଇତ୍ୟାଦି ରହିଛନ୍ତି । ଏହା ବ୍ୟତୀତ କୁକୁଡା, ବତକ, ସିମ୍ପାଜୀ, ଗରିଲା, ମୂଷା ଆଦି ମଧ୍ୟ ଏହାର ଶିକାର ହୋଇଥାନ୍ତି । ବୈଜ୍ଞାନିକ କହିଛନ୍ତି ମେରୁଦଣ୍ଡୀ ପ୍ରାଣୀମାନେ ମଣିଷଙ୍କ ଠାରୁ ଅଧିକ ମାତ୍ରାରେ ଏହି ସଂକ୍ରମଣର ଶିକାର ହୋଇଥାନ୍ତି । ଅନ୍ୟ ପକ୍ଷରେ କେବଳ ୩୬% ଭାଇରସ୍ ଯାହା ପଶୁପକ୍ଷୀଙ୍କ ଠାରୁ ମଣିଷକୁ ବ୍ୟାପିଥାଏ । ଭାଇରସର ଏହି ବ୍ୟାପିବାର ପ୍ରକ୍ରିୟାକୁ ଜୁନୋସିସ୍ କୁହାଯାଏ । ଅନ୍ୟପକ୍ଷରେ ବୈଜ୍ଞାନିକ କହିଛନ୍ତି ଏବେ ସବୁଠାରୁ ବଡ ବିପଦ ବାର୍ଡ ଫ୍ଲୁ H5N1 କୁ ନେଇ ସୃଷ୍ଟି ହୋଇଛି । ଏହି ଭାଇରସ୍ ଦ୍ରୁତ ଗତିରେ ଜଙ୍ଗଲି ପକ୍ଷୀଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି ।

Get real time updates directly on you device, subscribe now.