fbpx

ପାକିସ୍ତାନ ଆକାଶରେ ଦେଖାଗଲା Alien ଯାନ, ଦେଖନ୍ତୁ ୧୨ ମିନିଟର ଭାଇରାଲ୍ ଭିଡିଓ

ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦ୍ ର ପାଶ୍ ସହରାଞ୍ଚଳ ଡିଏଚୱାନ୍ ରେ ଏକ ରହସ୍ୟମୟୀ ବିମାନ ଉଡୁଥିବା ଦେଖିବାକୁ ମିଳିଥିଲା । ଉଡ଼ୁଥିବା ଯାନଟି ଏକ ତ୍ରିକୋଣୀୟ ବସ୍ତୁ ପରି ଦୃଶ୍ୟମାନ ହୋଇଥିଲା । ଯାନର ଭିଡିଓ ସାମନାକୁ ଆସିବା ପରେ ଏହାକୁ ଏକ ୟୁଏଫଓ ବୋଲି କୁହାଯାଉଛି । ବ୍ରିଟିଶ୍ ମିଡିଆ ହାଉସ ଦ ସନ୍ ଅନୁଯାୟୀ, ୩୩ ବର୍ଷିୟ ଅର୍ସଲାନ୍ ଭାରାଇଚ୍ ଏହି ବିମାନର ଏକ ୧୨ ମିନିଟ୍ ର ଭିଡିଓ କରି ସୋସିଆଲ୍ ମିଡିଆରେ ଅପଲୋଡ୍ କରିଛନ୍ତି । ଭିଡିଓଟିକୁ ସେ ନିଜର ୟୁଟ୍ୟୁବ୍ ରେ ପୋଷ୍ଟ କରିଛନ୍ତି ।

ଅର୍ସଲାନ ଭାରାଇଚ୍ କହିଛନ୍ତି ଯେ, ମୁଁ ଜାଣିନି ଏହା କଣ ଥିଲା । ମୁଁ ଏହାର ୧୨ ମିନିଟ୍ ର ଏକ ଭିଡିଓ କରିଛି । ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ମୁଁ ଏହାକୁ ଦେଖିବାକୁ ପାଇଥିଲି । ଏହା କଳା ରଙ୍ଗର ତ୍ରିକୋଣୀୟ ବସ୍ତୁ ଥିଲା । ଖୋଲା ଆଖିରେ ଦେଖିଲେ ଏହା କଳା ରଙ୍ଗର ଏକ ଗୋଲାକାର ଆକୃତିର ଦେଖାଯାଉଥିଲା । ଯେତେବେଳେ କ୍ୟାମେରାରେ ଜୁମ୍ କରିଥିଲି ସେତେବେଳେ ଏହା ତ୍ରିକୋଣୀୟ ନଜର ଆସିଥିଲା ।

ଏଥିରୁ କୌଣସି ପ୍ରକାର ରଶ୍ମି ବାହାରୁ ନଥିଲା । କାନ୍ସପେରାସୀ ଥିଓରୀ କରୁଥିବା ଲୋକଙ୍କ କହିବା କଥା ଯେ, ଏହା ଏକ ଏଲିୟନ୍ ଙ୍କ ଯାନ ଥିଲା । ଏହା କିଛି ସମୟ ଦୃଶ୍ୟମାନ ହୋଇ ହଠାତ୍ ଗାୟବ୍ ହୋଇଗଲା । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.