fbpx

ସମୁଦ୍ର ତଳୁ ଆବିଷ୍କୃତ ହେଲା ଏକ ରହସ୍ୟମୟ ‘ସୁନା ଅଣ୍ଡା’: ବୈଜ୍ଞାନିକମାନେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ପୃଥିବୀରେ କିଛି ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଥାଏ । କିଛି ରହସ୍ୟଜନକ ଜିନିଷକୁ ନେଇ ବୈଜ୍ଞାନିକମାନେ ମଧ୍ୟ ବିସ୍ମିତ ହୋଇଯାଇଥାନ୍ତି । ତେବେ ଏହା ମଧ୍ୟରେ ପ୍ରଶାନ୍ତ ସାଗର ତଳୁ ଏକ ରହସ୍ୟମୟ ‘ସୁନା ଅଣ୍ଡା’ ଦେଖିବାକୁ ମିଳିଛି । ଏହି ଅଣ୍ଡା ଆକୃତିର ଜିନିଷ ବିଷୟରେ ଜାଣିବାକୁ ବୈଜ୍ଞାନିକମାନେ କୌତୁହଳ ଭାବେ ଆଗ୍ରହ ପ୍ରକାଶ କରିଛନ୍ତି ।

ସୂଚନା ମୁତାବକ, ରିସର୍ଚ୍ଚ ଟିମ୍ ସମୁଦ୍ରର ଏକ ବିଲୁପ୍ତ ଆଗ୍ନେୟଗିରିରେ ଗବେଷଣା କରୁଥିବା ସମୟରେ ପାଖାପାଖି ୨ ମାଇଲ ଗଭୀରତାରେ ଚିକମିକ୍ କରୁଥିବା ଏକ ସୁନା ପେଣ୍ଡୁ ଦେଖିବାକୁ ପାଇଥିଲେ । ଉକ୍ତ ପେଣ୍ଡୁର ବ୍ୟାସ ୧୦ ସେଣ୍ଟିମିଟର ରହିଥିବା ବେଳେ ତା’ର ମୂଳରେ ଏକ ଛୋଟ କଟା ଅଂଶ ରହିଥିଲା । ଏହା ଉପରେ ଅଧିକ ରିସର୍ଚ୍ଚ କରିବାକୁ ବୈଜ୍ଞାନିକମାନେ ପ୍ରସ୍ତୁତ ହେଉଛନ୍ତି ।

ପ୍ରଶାନ୍ତ ମହାସାଗରର ଉପକୂଳରେ ଜଳ ଭିତରେ ଆଗ୍ନେୟଗିରି ନିକଟରେ ଉକ୍ତ ଅଜଣା ବସ୍ତୁକୁ ଆମେରିକୀୟ ବୈଜ୍ଞାନିକଙ୍କ ଏକ ଟିମ୍ ଦେଖିଥିଲା । ଉକ୍ତ ରହସ୍ୟମୟ ଜିନିଷକୁ ‘ଭୟଙ୍କର ସୁନା ଅଣ୍ଡା’ ବୋଲି ନାମ ଦିଆଯାଇଛି । ସିସ୍କେପ ଆଲାସ୍କା-୫ ଅଭିଯାନରେ ବିଲୁପ୍ତ ଆଗ୍ନେୟଗିରିର ସନ୍ଧାନ କରିବା ସମୟରେ ଏହାକୁ ଦେଖିବାକୁ ମିଳିଥିଲା । ଏହାପରେ ଏକ ରିମୋଟ ପରିଚାଳିତ ଯନ୍ତ୍ର ମାଧ୍ୟମରେ ଉକ୍ତ ଅଣ୍ଡାକୁ ସାମୁଦ୍ରିକ ବିଜ୍ଞାନିମାନେ ବାହାରକୁ ଆଣିଥିଲେ । ଏହି ଅଣ୍ଡା କୁଆଡ଼ୁ ଆସିଲା ସେନେଇ ଏବେ ସଭିଙ୍କ ମନରେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.