fbpx

ମଣିଷ ପରି ମୁହଁ ଓ ଓଟପକ୍ଷୀ ପରି ପାଦ, ରହସ୍ୟମୟ ହେଉଛି ଏହି ସମ୍ପ୍ରଦାୟର କାହାଣୀ ! ପାଦରେ ରହିଛି କେବଳ ୨ଟି ଆଙ୍ଗୁଳି…

Advertisement

ଦୁନିଆ ବିଶାଳ, ଯେଉଁଠାରେ ବିଭିନ୍ନ ପ୍ରକାରର ଲୋକ ବସବାସ କରୁଛନ୍ତି । ଗୋଟିଏ କୋଣରେ କିଛି ଏବଂ ଅନ୍ୟ କୋଣରେ ଆଉ କିଛି ଚାଲିଛି । ଗୋଟିଏ ସ୍ଥାନରେ ବସିଥିବା ଲୋକମାନେ ବୁଝିପାରନ୍ତି ନାହିଁ ଯେ ଦୁନିଆର ଅନ୍ୟ କିଛି ସ୍ଥାନରେ ଏକ ଭିନ୍ନ ସଂସ୍କୃତି ଥାଇପାରେ । ଆଜି ଆମେ ଆପଣଙ୍କୁ ଏପରି କିଛି ଲୋକଙ୍କ ବିଷୟରେ କହିବୁ ଯେଉଁମାନଙ୍କର ଏକ ଅଦ୍ଭୁତ ସଂସ୍କୃତି ରହିଛି ।

ଡୋମା ଜନଜାତିର ଲୋକେ ‘ଅଷ୍ଟ୍ରିଚ୍ ପିପୁଲ ’ ବା ଓଟପକ୍ଷୀ ମଣିଷ ଭାବେ ବେଶ ପରିଚିତ । ଏହାର କାରଣ ସେମାନଙ୍କ ଗୋଡ଼, ଯାହା ଦେଖିବାକୁ ଓଟପକ୍ଷୀର ଗୋଡ଼ ଭଳି । ଜିମ୍ବାୱେର କାନ୍ୟେମ୍ବା କ୍ଷେତ୍ରର ଏହି ଜନଜାତି ଦୁର୍ଲଭ ବଂଶାନୁକ୍ରମିକ ସ୍ଥିତି ପାଇଁ ସ୍ୱତନ୍ତ୍ର ପରିଚିତି ପାଇଛନ୍ତି । ଏମାନେ ଆକ୍ଟ୍ରୋଡାକ୍ଟଲି ଦ୍ୱାରା ପୀଡ଼ିତ । ଏହି ବଂଶାନୁକ୍ରମିକ ସ୍ଥିତିକୁ ଲୋବଷ୍ଟର କ୍ଲସିଣ୍ଡ୍ରୋମ୍ କୁହାଯାଏ । ଏଥିରେ ଜନ୍ମସମୟରେ ଗୋଡ଼ର ଗୋଟିଏ କିମ୍ବା ତା’ଠୁ ଅଧିକ ଆଙ୍ଗୁଳି ନ ଥାଏ । ଡୋମା ଜନଜାତିରେ ଜନ୍ମିତ ପ୍ରତି ୪ ଜଣରେ ଜଣେ ଶିଶୁ ଏହି ସ୍ଥିତିରେ ପୀଡ଼ିତ ।

ଅଧିକାଂଶ ଲୋକଙ୍କ ପାଦର ମଝି ୩ ଆଙ୍ଗୁଳି ନ ଥାଏ । ଏହା ପରିବର୍ତ୍ତେ କେବଳ ଦୁଇ ଆଙ୍ଗୁଳି ଥାଏ । ତାହା ଭିତର ଆଡ଼କୁ ମୋଡ଼ି ହୋଇଥାଏ । ରୋଗ ଅନ୍ୟମାନଙ୍କୁ ନ ବ୍ୟାପୁ ସେଥିପାଇଁ, ଏହି ବିକାରରେ ପୀଡ଼ିତ ଲୋକଙ୍କୁ ନିଜ ସମୂହ ବାହାରେ ବିବାହ କରିବା ମନା । ଏହି ନିୟମ ସତ୍ତେ୍ୱ କାଲାହାରୀ ମରୁଭୂମିର ତଲୋଣ୍ଡା ସମେତ ଅନ୍ୟ ଜନଜାତିରେ ମଧ୍ୟ ଏହି ବିକାର ରହିଛି । କୁହାଯାଏ, ଡୋମା ଜନଜାତି ବଂଶ ସହ ଏମାନଙ୍କ ସମ୍ପର୍କ ରହିଛି । ଏହି ବିକାର ଯୋଗୁ ଅନେକ ଲୋକଙ୍କୁ ଚାଲିବାରେ ସମସ୍ୟା ହୁଏ । ସେମାନେ ଜୋତା ମଧ୍ୟ ପିନ୍ଧିପାରନ୍ତି ନାହିଁ । ତଥାପି ଏମାନେ ଏହି ବିକାରକୁ ବିକଳାଙ୍ଗତା ବୋଲି ମାନନ୍ତି ନାହିଁ, ହିଁ ବରଂ ଖୁସି ହୁଅନ୍ତି । ସେମାନଙ୍କ ବିଶ୍ୱାସ, ଏହି ବିଶେଷତ୍ୱ ପାଇଁ ସେମାନେ ଦ୍ରୁତ ବେଗରେ ଗଛ ଚଢ଼ିପାରନ୍ତି । ଗଛରୁ ଫଳ ତୋଳି, ମାଛ ଧରି ଓ ମହୁ ସଂଗ୍ରହ କରି ନିଜର ପ୍ରତିପାଳନ କରନ୍ତି ।

Get real time updates directly on you device, subscribe now.