ନୂଆଦିଲ୍ଲୀ: ଅନେକ ସମୟରେ କୌଣସି ଠିକଣା ଖୋଜିବାକୁ ଗୁଗଲ ମ୍ୟାପର ବ୍ୟବହାର କରିଥାଉ । ଏମିତିକି ଯେଉଁ ଠିକଣା ହୁଏତ ସ୍ଥାନୀୟ ଲୋକେ ନଜାଣିଥାନ୍ତି ତାହା ମଧ୍ୟ ଗୁଗଲ ମ୍ୟାପରୁ ମଳିଯାଏ, ଫଳରେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େନାହିଁ । ଗୁଗଲ ମ୍ୟାପ୍ସ ସାହଯ୍ୟରେ କୌଣସିବି ଲୋକନେକୁ ଖୋଜିବା ବହୁତ ସହଜ ହୋଇଯାଇଛି । ଅବଶ୍ୟ ଆଜିବି ମିଲିଟାରି ବେସଠାରୁ ନେଇ ରହସ୍ୟମୟୀ ଦ୍ୱୀପ ପର୍ଯ୍ୟନ୍ତ ଏମିତି ଅନେକ ଲୋକେସନ ଅଛି ଯାହା ଗୁଗଲ ମ୍ୟାପରେ ଖୋଜିଲେବି ମିଳିବନାହିଁ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଲୋକେସନ ବିଷୟରେ ।
1. ଗୁଗଲ ମ୍ୟାପ୍ସରେ ଏମିତି ଅନେକ ଜେଲ ରହିଛି ଯାହାକୁ ସେନ୍ସର କରାଯାଇଛି, କାରଣ ଏହି ଲୋକେସନକୁ ସମ୍ବେଦନଶୀଳ ଲୋକେସନ ବୋଲି ବିବେଚନା କରାଯାଏ । ସେଣ୍ଟ୍ରାଲ ଫ୍ରାନ୍ସରେ ଥିବା Montlucon ଜେଲ ମଧ୍ୟ ଏମିତି ଏକ ସ୍ଥାନ ଯାହା ଗୁଗଲ ମ୍ୟାପରେ ସେନ୍ସର କରାଯାଇଛି । ରିପୋର୍ଟ ଅନୁଯାୟୀ ରେଡୋଏନ ଫାଏଡ ନାମକ ହତ୍ୟାକାରୀ ଏହି ଜେଲରୁ ଖସିବା ପାଇଁ ଗୁଗଲ ମ୍ୟାପର ବ୍ୟବହାର କରିଥିଲା ଯାହା ପରେ ୨୦୧୮ରେ ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶରେ ଏହି ଜେଲର ସବୁ ଫଟୋକୁ ଇଣ୍ଟରନେଟରୁ ହଟାଯାଇଥିଲା
2. ପ୍ରଶାନ୍ତ ମହାସାଗର ନିକଟରେ ଥିବା ମୋରାରୁ ଆଇଲାଣ୍ଡର ମଧ୍ୟ ଅନେକାଂଶ ଭାଗ ଗୁଗଲ ମ୍ୟାପରେ ସେନ୍ସର କରାଯାଇଛି । ‘ଦ ସନ’ର ଏକ ରିପୋର୍ଟ ଅନୁଯାୟୀ ଏହି ଦ୍ୱୀପର ପରମାଣୁ ଇତିହାସକୁ ନେଇ ଏମିତି କରାଯାଇଛି । ଫ୍ରାନ୍ସ ୧୯୬୬ରୁ ୧୯୯୬ ମଧ୍ୟରେ ଏହି ଦ୍ୱୀପରେ ୧୮୧ ନ୍ୟୁକ୍ଲିୟର ଟେଷ୍ଟ କରିଥିଲା ।
3. ପୂର୍ବ ସାଇବେରିଆର ସମୁଦ୍ର ନିକଟରେ ଥିବା ଜେନେଟ ଦ୍ୱୀପ କେବଳ ୧.୨ ମାଇଲ ଲମ୍ବା ଅଟେ ଏବଂ ଏହା ଏକ କ୍ଷୁଦ୍ର ଦ୍ୱୀପ ମଧ୍ୟ । ଏହି ଦ୍ୱୀପ ସାଧାରଣତଃ ବରଫ ଦ୍ୱାରା ଆଚ୍ଛାଦିତ ରହିଥାଏ । ଅବଶ୍ୟ ଏହା ସ୍ପଷ୍ଟ ହୋଇନାହିଁ ଯେ ଗୁଗଲ ମ୍ୟାପରେ ଏହି ଦ୍ୱୀପକୁ କାହିଁକି ସେନ୍ସର କରାଯାଇଛି । ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ ଏହି ଦ୍ୱୀପ ଋଷ କିମ୍ବା ଆମେରିକାର ।
4. ଉତ୍ତର କୋରିଆର ଏହି ଲିଷ୍ଟରେ ରହିବା ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ନଲାଗିପାରେ । କାରଣ ଏମିତିରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ବିଗତ ଅନେକ ଦଶକରୁ ଅନେକ ଜିନିଷ ଉପରେ ବ୍ୟାନ ଲଗାଇସାରିଛନ୍ତି । ଗୁଗଲ ମ୍ୟାପରେ ମଧ୍ୟ ଉତ୍ତର କୋରିଆର କିଛି ଭାଗକୁ ସେନ୍ସର କରାଯାଇଛି ।
5. ଆମେରିକାର ଆଲାସ୍କାରେ ଅବସ୍ଥିତ Amchitka ଦ୍ୱୀପକୁ ମଧ୍ୟ ଗୁଗଲ ମ୍ୟାପରେ ସେନ୍ସର କରାଯାଇଛି । ଏହି ସ୍ଥାନକୁ ୧୯୫୦, ୬୦ ଏବଂ ୭୦ ଦଶକରେ ଆମେରିକାର ଅଣ୍ଡରଗ୍ରାଉଣ୍ଡ ନ୍ୟୁକ୍ଲିୟାର ଟେଷ୍ଟିଂ ପାଇଁ ବ୍ୟବହାର କରାଯାଇଥିଲା । ଆମେରିକା ନିଜର ସବୁଠୁ ମହତ୍ୱପୂର୍ଣ୍ଣ ଅଣ୍ଡରଗ୍ରାଉଣ୍ଡ ନ୍ୟୁକ୍ଲିୟାର ଟେଷ୍ଟ ଏହି ଦ୍ୱୀପରେ କରିଛି । ଏବେବି ଏହି ସ୍ଥାନରୁ ରେଡିଏସନ୍ ଲିକ୍ ହେବା ଭୟରେ ଏହା ଉପରେ ନଜର ରଖାଯାଇଛି ।
6. ଫ୍ରାନ୍ସରେ ଥିବା Areva La Huge ନ୍ୟୁକ୍ଲିୟର ଫାସିଲିଟିକୁ ମଧ୍ୟ ଗୁଗଲ ମ୍ୟାପରେ ସେନ୍ସର କରାଯାଇଛି । ଏହି ସ୍ଥାନ ୧୯୭୬ରେ ଖୋଲିଥିଲା । ଅବଶ୍ୟ ୧୯୯୭ ମସିହାରେ ଏହି ସ୍ଥାନ ବିବାଦରେ ଆସିଥିଲା ଯେତେବେଳେ ଗ୍ରୀନପିସ ନାମ ଏକ ସଂସ୍ଥା ଦାବି କରିଥିଲା ଯେ ଏହି ଜାଗାରୁ ପ୍ରତିଦିନ ୧୦ଲକ୍ଷ ଲିଟର ଲିକ୍ୱିଡ ରେଡିଓଆକ୍ଟିଭ ବର୍ଜ୍ୟବସ୍ତୁ ସମୁଦ୍ରରେ ଛଡ଼ାଯାଉଛି ଯାହା ପରିବେଶକୁ କ୍ଷତି ପହଞ୍ଚାଉଥିବାବେଳେ ସାମୁଦ୍ରିକ ଜୀବମାନଙ୍କ ପାଇଁ ମଧ୍ୟ ବିପଜ୍ଜନକ ।