fbpx

୫୪ ବର୍ଷ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ରହସ୍ୟମୟ ପୋଷ୍ଟକାର୍ଡ, ଚିଠିରେ କ’ଣ ଲେଖାଥିଲା ଜାଣନ୍ତୁ

ନୂଆଦିଲ୍ଲୀ: ଜଣେ ମହିଳାଙ୍କୁ ତାଙ୍କ ଘରେ ଏକ ରହସ୍ୟମୟ ପୋଷ୍ଟକାର୍ଡ ପ୍ରାପ୍ତ ହୋଇଛି । ତେବେ ଏହାକୁ ରହସ୍ୟମୟ ଏଇଥିପାଇଁ କୁହାଯାଉଛି କି ଏହା ଦୀର୍ଘ ୫୪ ବର୍ଷ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଛି । ଏହି ପୋଷ୍ଟକାର୍ଡ ବିଷୟରେ ମହିଳା ଜଣକ ସୋସିଆଲ ମିଡିଆରେ ସେୟାର କରିବା ସହ ଏଥିରେ କ’ଣ ଲେଖାଯାଇଛି ତାହା ମଧ୍ୟ ଉଲ୍ଲେଖ କରିଛନ୍ତି ।

ଆଜିର ଯୁଗରେ ଚିଠିପତ୍ର ପଠାଇବା ଆଉ କୌଣସି ସାଧାରଣ କଥା ହୋଇ ରହିନାହିଁ । କିନ୍ତୁ କିଛି ବର୍ଷ ତଳେ ଏହା ଯୋଗାଯୋଗର ସବୁାଠାରୁ ପ୍ରମୁଖ ମାଧ୍ୟମ ଥିଲା । ବିଶ୍ୱର ବିଭିନ୍ନ ସ୍ଥାନରୁ ଲୋକମାନେ ପରସ୍ପରକୁ ପୋଷ୍ଟକାର୍ଡରେ ଖବର ଆଦାନପ୍ରଦାନ କରୁଥିଲେ । ବେଳେ ବେଳେ ଠିକ୍ ସମୟରେ ଏହି ଚିଠି ମିଳି ଯାଉଥିଲା ତ ପୁଣି କେତେବେଳେ ବହୁତ ଡେରି ହୋଇ ଯାଉଥିଲା । କିନ୍ତୁ କୌଣସି ଚିଠିକୁ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ୫୪ ବର୍ଷ ଲାଗିଥିବା କଥା ଆପଣ କେବେ ଶୁଣିଛନ୍ତି କି? କିନ୍ତୁ ବାସ୍ତବରେ ଏପରି କିଛି ଘଟିଛି ।

ଜେସିକା ମିନ୍ସ ନାମକ ଜଣେ ମହିଳା ସୋସିଆଲ ମିଡିଆରେ ଏହିପରି ଏକ ବିଚିତ୍ର ଘଟଣା ସେୟାର କରିଛନ୍ତି । ସେ ଲେଖିଛନ୍ତି ଏହି ରହସ୍ୟକୁ ବୁଝିବା ଲାଗି ମୋର ସହଯୋଗ କରନ୍ତୁ । କିପରି ଏହି ପୋଷ୍ଟକାର୍ଡ ୫ ଦଶନ୍ଧି ପରେ ମୋ ଘରେ ପହଞ୍ଚିଲା ତାହା ମୁଁ ଜାଣିପାରୁ ନାହିଁ । ସେ ଲେଖିଚନ୍ତି ଆପଣ କିମ୍ବା ଆପଣଙ୍କ ଚିହ୍ନା ପରିଚିତଙ୍କ ନିକଟରେ ଏ ବିଷୟରେ କୌଣସି ସୂଚନା ଥାଇପାରେ କି ୨୦୨୩ରେ ଟଲହାସୀରୁ ଏହାକୁ କିଏ ମେଲ୍ କରିଛି ।

ଜେସିକା କହିଛନ୍ତି ଏହି ପୋଷ୍ଟକାର୍ଡ ଆଜି ମେଲ୍ରେ ତାଙ୍କ ଘରକୁ ଆସିଛି । ଏହା ମିଷ୍ଟର ଆଣ୍ଡ ମିସେସ୍ ରେନେ ଗଗନ୍ଙ୍କ ନାମରେ ଥିଲା । । ଏହାକୁ ୧୫ ମାର୍ଚ୍ଚ ୧୯୬୯ରେ ପ୍ୟାରିସରୁ ପୋଷ୍ଟ କରାଯାଇଥିଲା । କିନ୍ତୁ ଏହାକୁ ନିଜ ଗନ୍ତବ୍ୟରେ ପହଞ୍ଚିବା ଲାଗି ୫୪ ବର୍ଷ ଲାଗିଯାଇଛି । ଏହା ଉପରେ ତାଲହାସୀ, ଫ୍ଲୋରିଡାର ୧୨ ଜୁଲାଇ ୨୦୨୩ ପୋଷ୍ଟମାର୍କ ରହିଛି ।

ଜେସିକା ପୋଷ୍ଟକାର୍ଡରେ କ’ଣ ଲେଖାଯାଇଛି ତାହା ମଧ୍ୟ ଫେସବୁକରେ ସେୟାର କରିଛନ୍ତି । ଏଥିରେ ଲେଖାଯାଇଛି ପ୍ରିୟ ଲୋକମାନେ, ଯେତେବେଳେ ଆପଣ ଏହାକୁ ପାଇବେ ସେତେବେଳକୁ ମୁଁ ଘରକୁ ଆସିସାରିଥିବି ତଥାପି ଏହାକୁ ଟୁର ଏଫିଲରୁ ପଠାଇବାକୁ ଉଚିତ ଭାବୁଛି । ଯେଉଁଠାରେ ମୁଁ ଏବେ ଅଛି । ଏଠାରେ ମୋତେ ବହୁତ ଆନନ୍ଦ ମିଳୁଛି । ଜେସିକା ଏହି ପୋଷ୍ଟକାର୍ଡ ସୋସିଆଲ ମିଡିଆରେ ସେୟାର କରିବା ପରେ ଏହା ବହୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ବହୁ ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

Get real time updates directly on you device, subscribe now.