fbpx

ନିଜେ ନିଜର ଆକାର ବଦଳାନ୍ତି ଏଠାକାର ପଥର, ଜାଣନ୍ତୁ ଏହି ରହସ୍ୟମୟୀ ଗାଁ ବିଷୟରେ

ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛୁ ଯେ, ମଣିଷ ମାନଙ୍କ ବୟସ ବଢ଼ିବା ସହିତ ଶରୀରରେ ପରିବର୍ତ୍ତନ ହୋଇଥାଏ ଓ ଆକାରରେ ବି ପରିବର୍ତ୍ତନ ଘଟେ । ଯେମିତିକି ମୋଟା-ପତଳା ହେବା, ଡେଙ୍ଗା ହେବା ଇତ୍ୟାଦି । ହେଲେ ଆପଣ ମାନେ ପଥରକୁ ନିଜର ଆକାର ବଦଳାଇବା କେବେ ଦେଖିଛନ୍ତି କି? ଆଜ୍ଞା ହଁ ଏହା ଏକଦମ୍ ସତ କଥା । ଏହି ଗାଁରେ ଥିବା ପଥର ଗୁଡ଼ିକ ଆଶ୍ଚର୍ଯ୍ୟଜନକ ଭାବେ ନିଜର ଆକାର ପରିବର୍ତ୍ତନ କରିଥାନ୍ତି । ଏନେଇ ସେଠାକାର ଲୋକମାନେ କହିଥାନ୍ତି । ଏହି କଥର ଗୁଡ଼ିକ ଏତେ ଶୀଘ୍ର ନିଜର ଆକାର ବଦଳାନ୍ତି ଯେ, ସ୍ଥାନୀୟ ଲୋକମାନେ ଏହାକୁ ଜୀବନ୍ତ ପଥର ବୋଲି ମାନିଥାନ୍ତି ।

ରୋମାନିୟାର ଏକ ରହସ୍ୟମୟୀ ଗାଁରେ ଏହି ପଥର ରହିଛି । ଯେଉଁ ଗୁଡ଼ିକ ନିଜ ଆକାର ସହିତ ରଙ୍ଗ ବି ପରିବର୍ତ୍ତନ କରିଥାନ୍ତି । ଏଠାରେ ଥିବା ପ୍ରାୟ ସବୁ ପଥରରେ ଏହିଭଳି ପରିବର୍ତ୍ତନ ଦେଖାଯାଏ । ପର୍ଯ୍ୟଟକଙ୍କ ପାଇଁ ଏହା ଏକ ପଜଲ୍ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ପଥର ମାନେ ସମୟ ସହିତ ନିଜର ଆକାର ବଦଳାଇବା କୌଣସି ରହସ୍ୟଠାରୁ କମ୍ ନୁହେଁ । ତେବେ ସେଠାରେ ରହୁଥିବା ଲୋକମାନେ ଛୋଟ ବେଳରୁ ହିଁ ଏହି ଘଟଣା ଦେଖି ଆସୁଛନ୍ତି ।

ରୋମାନିୟାର ଏହି ଗାଁ ଖାସ୍ କରି ଏହି ପଥର ଗୁଡ଼ିକ ପାଇଁ ପ୍ରସିଦ୍ଧ । ଦୂର ଦୂରରୁ ପର୍ଯ୍ୟଟକ ମାନେ କେବଳ ଏହି ରହସ୍ୟମୟୀ ପଥରକୁ ଦେଖିବାକୁ ଆସିଥାନ୍ତି । ଏହି ପଥର ଗୁଡ଼ିକକୁ ନେଇ ଜିୟୋଲୋଜିଷ୍ଟ ମାନେ ଅନେକ ଅନୁସନ୍ଧାନ କରିଛନ୍ତି । ହେଲେ ଏହା ପଛର ଅସଲ କାରଣ କିଛି ଜଣାପଡ଼ିନି ।

ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ପଥର ଗୁଡ଼ିକର ଆକାର ବଦଳୁଛି । ବୈଜ୍ଞାନିକ ମାନେ ମଧ୍ୟ କହିଛନ୍ତି ଯେ, ବର୍ଷା ହେବା ସମୟରେ ପଥର ଗୁଡ଼ିକର ଆକାର ବର୍ଷା ଦିନରେ ଅନେକ ବଢ଼ିଯାଏ । ହେଲେ ଏହାର କୌଣସି ଠୋସ୍ ପ୍ରମାଣ ସଂଗଠିତ ହୋଇପାରିନାହିଁ ।

Get real time updates directly on you device, subscribe now.