ଭାରତରେ ବ୍ୟାପୁଥିବା କରୋନା ଭାଇରସ ଦୁନିଆରେ ବ୍ୟାପୁଥିବା କରୋନା ଭାଇରସ ତୁଳନାରେ ୧୦ ଗୁଣା ଅଧିକ ଦ୍ରୁତ ଭାବରେ ବ୍ୟାପିବାରେ ଲାଗିଛି ଏବଂ ଏହା ଅଧିକ ଭୟାନକ । ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି (CCMB) କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟ N-440K ବିଷୟରେ ଜାଣିବାକୁ ପାଇଛନ୍ତି । B1.617 ଏବଂ B1.618 ପରେ ଏହା ହେଉଛି ନୂତନ ଭ୍ୟାରିଏଣ୍ଟ । ଏହା ପ୍ରଥମେ ଆନ୍ଧ୍ରପ୍ରଦେଶର କୁର୍ନୁଲରେ ଆବିଷ୍କୃତ ହୋଇଥିଲା ।
ବୈଜ୍ଞାନିକଙ୍କ ଅନୁଯାୟୀ, କରୋନାର N-440K ଭ୍ୟାରିଏଣ୍ଟ ମୁଖ୍ୟତ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଭଳି ଦକ୍ଷିଣ ରାଜ୍ୟ ତଥା ମହାରାଷ୍ଟ୍ର ଏବଂ ଛତିଶଗଡର କିଛି ଅଂଶରେ ଦେଖିବାକୁ ମିଳିଛି।
ଅଧ୍ୟୟନ ସମୟରେ ବୈଜ୍ଞାନିକଙ୍କୁ ମିଳିଥିବା ତଥ୍ୟ ଅନୁସାରେ – “କରୋନା ର N-440K ଭ୍ୟାରିଏଣ୍ଟରେ A2a ପ୍ରୋଟୋଟାଇପ୍ ଷ୍ଟ୍ରେନ୍ ଅପେକ୍ଷା ୧୦ ଗୁଣ ଅଧିକ ଜୀବାଣୁ ବିସ୍ତାର କରିବାର କ୍ଷମତା ଅଛି । କରୋନାର A2a ପ୍ରୋଟୋଟାଇପ୍ ଷ୍ଟ୍ରେନ୍ ସମଗ୍ର ବିଶ୍ୱରେ ବ୍ୟାପିଛି । N-440K କମ୍ ସମୟ ମଧ୍ୟରେ ଆହୁରି ଅନେକ ଭାଇରସ୍ ତିଆରି କରିବାର କ୍ଷମତା ରହିଛି ।”
CCMB ନିର୍ଦ୍ଦେଶକ ଡକ୍ଟର ରାକେଶ ମିଶ୍ର କହିଛନ୍ତି ଯେ କରୋନାର N-440K ଭ୍ୟାରିଏଣ୍ଟର ପରିବର୍ତ୍ତିତ ଫର୍ମ ଖୁବ୍ କମ୍ ସମୟ ମଧ୍ୟରେ ଅନେକ ଗୁଣ ଅଧିକ ଜୀବାଣୁ ବିସ୍ତାର କରିବାର କ୍ଷମତା ରଖିଛି ।
CCMB ବୈଜ୍ଞାନିକମାନେ କହିଛନ୍ତି ଯେ ସେମାନେ ବିଭିନ୍ନ କେନ୍ଦ୍ରରୁ ନମୁନା ସଂଗ୍ରହ କରିଛନ୍ତି, ସେଥିମଧ୍ୟରୁ ୫୦% କରୋନାର N-440K ଭ୍ୟାରିଏଣ୍ଟ ବୋଲି ଜଣାପଡିଛି । ଏହା ମଧ୍ୟ ଜଣାପଡିଛି କି ଭାଇରସ ଜନସଂଖ୍ୟାର ଏକ ନିର୍ଦ୍ଦିଷ୍ଟ ଅଂଶରେ ବ୍ୟାପିଛି ଏବଂ ଏହା ଅନ୍ୟ ଭ୍ୟାରିଏଣ୍ଟ ଅପେକ୍ଷା ଅଧିକ ସ୍ଥାନୀୟ ଅଟେ।