fbpx

ମଣିପୁର ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ: ସର୍ବସମ୍ମତିରେ ହେଲେ ନେତା ନିର୍ବାଚିତ

ମଣିପୁରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ । ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି ବୀରେନ ସିଂହ ।  ଏନେଇ ମଣିପୁର ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ନେତା ନିର୍ବାଚିତ ହୋଇଛନ୍ତି ବୀରେନ ସିଂହ । ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମଣିପୁରରେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଦ୍ୱନ୍ଦ ଲାଗି ରହିଥିଲା ।

ସୂଚନାଯୋଗ୍ୟ, ୧୦ ମାର୍ଚ୍ଚରେ ମଣିପୁର ବିଧାନସଭା ଫଳାଫଳ ଘୋଷଣା ପରେ ବିଜେପି ଏପର୍ଯ୍ୟନ୍ତ ଏହାର ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିନଥିଲା । ଶେଷରେ ଏହି ଅନୁମାନରେ ପୂର୍ଣ୍ଣଚ୍ଛେଦ ପଡ଼ିଛି  । ରବିବାର ଇମ୍ଫାଲରେ ମଣିପୁର ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଏନ୍.ବୀରେନ ସିଂହଙ୍କୁ ଚୟନ କରାଯାଇଛି ।

ଶନିବାର ବିଳମ୍ବିତ ରାତିରେ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବିଜେପି ନେତାଙକ୍ ଏକ ବୈଠକ ହୋଇଥିଲା । ଏହି ବୈଠକରେ ଜେପି ନଡ୍ଡାଙ୍କ ସହ ବିରେନ ସିଂହ ମଧ୍ୟ ସାମିଲ ଥିଲେ । ଏହି ବୈଠକ ପରେ ଅନୁମାନ କରାଯାଉଥିଲା ଯେ ମଣିପୁରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ ।

 

Get real time updates directly on you device, subscribe now.