୧୨ ଦେଶର ଲୋକଙ୍କୁ USରେ ନୋ ଏଣ୍ଟ୍ରି, ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ ପ୍ରଶାସନ

ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ କଟକଣା।

ଆମେରିକା:  ୧୨ ଦେଶର ଲୋକଙ୍କୁ USରେ ନୋ ଏଣ୍ଟ୍ରି। ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା। ଏନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ ପ୍ରଶାସନ। ଆମେରିକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ପଦକ୍ଷେପ ନିଆଯାଇଥିବା ସୂଚନା।

ଆମେରିକାର ରାଷ୍ଟ୍ରପତି ଭାବରେ ତାଙ୍କର ପ୍ରଥମ କାର୍ଯ୍ୟକାଳ ସମୟରେ ମଧ୍ୟ, ଟ୍ରମ୍ପ ଅନେକ ଦେଶର ଲୋକଙ୍କ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଥିଲେ। ତଥାପି, ପରେ ଏହାକୁ ହଟାଇ ଦିଆଯାଇଥିଲା। ଏବେ ପୁଣିଥରେ ଟ୍ରମ୍ପ ଅନେକ ଦେଶର ଲୋକଙ୍କ ଆମେରିକା ପ୍ରବେଶ ଉପରେ ସମ୍ପୂର୍ଣ୍ଣ ନିଷେଧ ଲଗାଇଛନ୍ତି।

ବୁଧବାର ରାତିରେ ଟ୍ରମ୍ପ ଏକ ଘୋଷଣାପତ୍ରରେ ସ୍ୱାକ୍ଷର କରିଥିଲେ ଯାହା ଦ୍ୱାରା ଏକ ଡଜନ ଦେଶର ଲୋକଙ୍କୁ ଆମେରିକା ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଏହି ଦେଶଗୁଡ଼ିକ ମଧ୍ୟରେ ଆଫଗାନିସ୍ତାନ, ବର୍ମା, ଚାଡ୍, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ, ହାଇତି, ଇରାନ, ଲିବିଆ, ସୋମାଲିଆ, ସୁଡାନ ଏବଂ ୟେମେନ୍ ଅନ୍ତର୍ଭୁକ୍ତ।

ଏହା ସହିତ, ବୁରୁଣ୍ଡି, କ୍ୟୁବା, ଲାଓସ୍, ସିଏରା ଲିଓନ୍, ଟୋଗୋ, ତୁର୍କମେନିସ୍ତାନ ଏବଂ ଭେନେଜୁଏଲାରୁ ଆସୁଥିବା ଲୋକଙ୍କ ଉପରେ କଠୋର କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି କଟକଣା ସୋମବାର ଦିନ ୧୨ଟାରୁ ଲାଗୁ ହେବ।