କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା, ଆଜିଠୁ ପୁରୀରେ ବିଜେପି କର୍ମଶାଳା
ପୁରୀରେ ଉଦଘାଟିତ ହେଲା ବିଜେପି ପ୍ରଶିକ୍ଷଣ ବର୍ଗ। ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଏହାକୁ ଉଦଘାଟନ କଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା।
ପୁରୀ: ପୁରୀରେ ଉଦଘାଟିତ ହେଲା ବିଜେପି ପ୍ରଶିକ୍ଷଣ ବର୍ଗ। ସ୍ୱାମୀ ନାରାୟଣ ମନ୍ଦିର ପରିସରରେ ଏହାକୁ ଉଦଘାଟନ କଲେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ୩ ଦିନ ଧରି ଚାଲିବ ଏହି ପ୍ରଶିକ୍ଷଣ ଶିବିର। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ।
ଏହା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ରାଜ୍ୟସଭାପତି ମନମୋହନ ସାମଲ ଏଠାରେ ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମ ୩ଦିନ ଧରି ଚାଲିବ।
ଏହି କର୍ମଶାଳାରେ ଦଳୀୟ ସାଂସଦ, ବିଧାୟକ ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ନଡ୍ଡା। ଏଥିରେ ବିଭିନ୍ନ ପର୍ଯ୍ୟାୟ ଏବଂ ବିଭିନ୍ନ ବିଷୟରେ ଆଲୋଚନା ହେବ। ଏହି କାର୍ଯ୍ୟକ୍ରମରେ ବିଜେପି ନେତା, ବିଧାୟକ ପ୍ରଶିକ୍ଷଣ ନେବେ। ସଙ୍ଗଠନ ଏବଂ ସରକାରଙ୍କ ମଧ୍ୟରେ ଉତ୍ତମ ବୁଝାମଣା ପାଇଁ ଏହି ପ୍ରଶିକ୍ଷଣ ଶିବିର ଚାଲିଛି।
ରାଜ୍ୟରେ ବିଜେପି ସରକାର ଗଠନ ହେବାପରେ ଦ୍ୱିତୀୟ ଥର ପାଇଁ ଆୟୋଜନ ହେଉଛି ପ୍ରଶିକ୍ଷଣ ଶିବିର। ୨୦ ଜଣ ଲୋକସଭା ସାଂସଦ, ୭୮ ଜଣ ବିଜେପି ବିଧାୟକଙ୍କ ସମେତ ୩ ଜଣ ସ୍ୱାଧୀନ ବିଧାୟକ ଭାଗ ନେବେ ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବେ, ବୁଥ୍ ସ୍ତରରେ ସଂଗଠନକୁ ମଜଭୁତ୍ କରିବାକୁ କର୍ମୀମାନଙ୍କୁ କିପରି ଉତ୍ସାହିତ କରିବେ, ସଂସଦ ଓ ବିଧାନସଭାରେ କିପରି ପ୍ରଭାବଶାଳୀ ଢଙ୍ଗରେ ଆଲୋଚନା କରିବେ,ଭାଷଣ ଭଲଦେବେ ସେନେଇ ତାଲିମ ଦିଆଯିବ ।