fbpx

ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କଲେ ନାଗା ଚୈତନ୍ୟ, ସୋସିଆଲ ମିଡିଆରେ ଫଟୋ ଶେୟାର କଲେ ନାଗାର୍ଜୁନ

ମୁମ୍ବାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଆଜି ସାଉଥ୍ ସିନେମାର ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଦୀର୍ଘ ଦିନର ଗାର୍ଲଫ୍ରେଣ୍ଡ୍ ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କରିଛନ୍ତି । ଖୁବ୍ ଶୀଘ୍ର ସେ ତାଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ହେଉଛି । ନାଗାର୍ଜୁନ ତାଙ୍କ ପୁଅ ନିର୍ବନ୍ଧର ଫଟୋ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଆଶୀର୍ବାଦ ଦେଇ ଲେଖିଛନ୍ତ, ‘ଶୋଭିତା ଧୁଲିପାଲାଙ୍କ ସହ ପୁଅ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ଘୋଷଣା କରି ମୋତେ ବହୁତ ଖୁସି ଅନୁଭବ ହେଉଛି । ଆଜି ସକାଳ ୯ଟା ୪୨ରେ ଦୁହିଁଙ୍କ ନିର୍ବନ୍ଧ ହୋଇଥିଲା । ନିଜ ପରିବାରରେ ଶୋଭିତାଙ୍କୁ ସ୍ୱାଗତ କରି ବେଶ ଖୁସି ଅଛୁ । ଦମ୍ପତ୍ତିଙ୍କୁ ଅଭିନନ୍ଦନ । ତାଙ୍କ ଜୀବନରେ ଭଲପାଇବା ଏବଂ ଖୁସି କାମନା କରୁଛି ।

କହିରଖୁଛୁ ୨୦୨୨ରୁ ନାଗା ଏବଂ ଶୋଭିତାଙ୍କ ଲଭ୍ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା । ଦୁହିଁଙ୍କୁ ପ୍ରଥମ ଥର ପାଇଁ ଲଣ୍ଡନର ଏକ ରେଷ୍ଟୁରାଣ୍ଟରେ ଲଞ୍ଚ୍ ଡେଟରେ ଦେଖିବାକୁ ମିଳିଥିଲା । ତେବେ ବିବାହ ତାରିଖକୁ ନେଇ କୌଣସି ସୂଚନା ପ୍ରକାଶ ପାଇନି । ସାଉଥ୍ ଅଭିନେତ୍ରୀ ସମନ୍ଥା ତାଙ୍କ ପୂର୍ବତନ ପତ୍ନୀ । ଉଭୟ ୨୦୨୭ରେ ବିବାହ କରିଥିଲେ । ପରେ ୨୦୨୧ରେ ତାଙ୍କ ଛାଡ଼ପତ୍ର ହୋଇଥିଲା ।

Get real time updates directly on you device, subscribe now.