fbpx

Nagaland Election:ଚର୍ଚ୍ଚାରେ ୪ଜଣ ମହିଳା; ନାଗାଲାଣ୍ଡକୁ ମିଳିବ କି ତାର ପ୍ରଥମ ମହିଳା ବିଧାୟିକା ?

ନୂଆଦିଲ୍ଲୀ:ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସୋମବାର ଆରମ୍ଭ ହେଇଯାଇଛି।ସବୁଥର ପରି ନିର୍ବାଚନ ନ ହେଇ ଚଳିତ ଥର ନିର୍ବାଚନ ଟିକିଏ ଅଲଗା ହେବାକୁ ଯାଉଛି। ଆଉ ଏହାର କାରଣ ହେଉଛି ଯେ ପ୍ରଥମ ଥର ପାଇଁ ନାଗାଲାଣ୍ଡର ଇତିହାସ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ନାଗାଲାଣ୍ଡ ଇତିହାସରେ ଯାହା କେବେ ହୋଇ ନାହିଁ ତାହା ହୁଏତ ଆଜି ସମ୍ଭବ ହେଇପାରେ । ନାଗାଲାଣ୍ଡ ଇତିହାସରେ ଆଗରୁ କେହି ମହିଳା ବିଧାୟକ ହୋଇନାହାଁନ୍ତି। କିନ୍ତୁ ଏଥର ନିର୍ବାଚନ ମଇଦାନରେ ମହିଳା ପାଦ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଚାରିଜଣ ମହିଳା ପ୍ରାର୍ଥୀଙ୍କ ଉପରେ ନଜର ରହିବ ଯେଉଁମାନେ ଉତ୍ତର ପୂର୍ବ ରାଜ୍ୟରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ହୋଇ ଇତିହାସ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି।

କିଏ ଏହି ମହିଳା ପ୍ରାର୍ଥୀ:
ଏହି ଚାରି ଜଣ ମହିଳା ପ୍ରାର୍ଥୀ ହେଉଛନ୍ତି ଦିମାପୁର ଆସନରୁ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍ ପ୍ରୋଗ୍ରେସିବ ପାର୍ଟି (ଏନଡିପିପି) ର ହେଖନି ଜାଖଲୁ, ଟେନିଙ୍ଗ ଆସନରୁ କଂଗ୍ରେସର ରୋଜି ଥମ୍ପସନ, ପଶ୍ଚିମ ଅଙ୍ଗାମି ସିଟରୁ ଏନଡିପିପିର ସାଲହେଟୁନୁ ଅନୁଅ ଏବଂ ଅଟୋଇଜୁ ଆସନରୁ ଭାରତୀୟ ଜନତା ପାର୍ଟିର କାହୁଲି ସେମା।

ସୂଚନାମୁତାବକ ଫେବୃଆରୀ ୨୭ ରେ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭା ନିର୍ବାଚନ ହେବା ସହିତ ମାର୍ଚ୍ଚ ୨ରେ ଭୋଟ୍ ଗଣତି ହେବ। ସାମାଜିକ ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ପ୍ରାୟ ସମସ୍ତ ପ୍ରମୁଖ ସାମାଜିକ ପ୍ରସଙ୍ଗରେ ମହିଳାମାନଙ୍କର ନେତୃତ୍ୱ ଭୂମିକାରେ ଥିବା ରାଜ୍ୟରେ କୌଣସି ମହିଳା ବିଧାୟକ ନାହାଁନ୍ତି।ମୋଟ ୧୩,୧୭,୬୩୨ ଭୋଟରଙ୍କ ମଧ୍ୟରୁ ଏହି ନିର୍ବାଚନରେ ​​ମହିଳା ଭୋଟରଙ୍କ ସଂଖ୍ୟା ୬,୫୬,୧୪୩ କିମ୍ବା ୪୯.୮ ପ୍ରତିଶତ।ତେବେ ଏଠାରେ ମୋଟ ୧୮୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଚାରିଜଣ ମହିଳା ପ୍ରାର୍ଥୀ ଏବେ ଚର୍ଚ୍ଚାରେ ଅଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ପାରମ୍ପାରିକ ହାଇରାର୍କିକାଲ୍ ସିଷ୍ଟମ୍ ଯାହା ପୁରୁଷଙ୍କ ପ୍ରତି ପକ୍ଷପାତିତା । ଏଠାରେ ପୁରୁଷ ମାନଙ୍କୁ ବହୁ ଅଗ୍ରାଧିକାର ଦିଆଯାଏ। ଏପରିକି କାହାକୁ ଭୋଟ ଦିଆଯିବ ତାହା ଘରର ମୁଖିଆ ସ୍ଥିର କରନ୍ତି । ମହିଳା ହିସାବରେ ନିଜର ସ୍ୱାଧୀନତା ନାହିଁ ।

ରିପୋର୍ଟ ଅନୁସାରେ , “ପରିବାରର ମୁଖ୍ୟ ନିଷ୍ପତ୍ତି ଅନୁଯାଇ ଏଭଳି କରିବା ଏକତା ପ୍ରଦର୍ଶନ ବୋଲି ବିବେଚନା କରାଯାଏ । ଏଠି ମହିଳା ପ୍ରାର୍ଥୀଙ୍କ ପାଇଁ ସାଧାରଣ ସମର୍ଥନ ଅଭାବ ରହିଛି। ଯାହା ଶୁଣିବାକୁ ମିଳେ ମହିଳାମାନେ ସାମାଜିକ କ୍ଷେତ୍ରରେ ସକ୍ରିୟ ଅଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ରାଜନୈତିକ ସଫଳତା କିଛି ତାଙ୍କୁ ମିଳିନାହିଁ । ତେଣୁ ଯଦି ଚଳିତ ଥର ଏଠାରେ ମହିଳା ବିଧାୟିକା ନିର୍ବାଚିତ ହୁଅନ୍ତି , ତେବେ ଏହା ସମାଜ ପାଇଁ ଏକ ଉଦାହରଣ ହେବ।ଆଉ ମହିଳା ମାନଙ୍କ ଯେଉଁ ସମସ୍ୟା ରହିଛି ,ସ୍ଥାନୀୟ ସଂସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ କରିବାକୁ ଆନ୍ଦୋଳନକୁ ଦୃଢ କରିବେ ।

ସୂଚନାଥାଉକି ୧୯୭୭ ମସିହାରେ, ରାନୋ ମେସେ ଶାଜିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ପାର୍ଟିର ଟିକେଟ୍ ଜିତି ଲୋକସଭାର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ। ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ନାଗାଲାଣ୍ଡରୁ ସଂସଦରେ ପହଞ୍ଚିଥିଲେ। ଏହା ପରେ ଗତ ବର୍ଷ ବିଜେପି ଏସ.କେ.ଫାଙ୍ଗନେନ କୋନ୍ୟାଙ୍କ ଙ୍କୁ ନାଗାଲାଣ୍ଡରୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରିଥିଲା। ଯେଉଁଥିରେସେ ନାଗାଲାଣ୍ଡର ଅନ୍ୟ ଜଣେ ମହିଳାଭାବେ ସଂସଦରେ ପହଞ୍ଚିଥିଲେ।

Get real time updates directly on you device, subscribe now.