(Video) ଖାଇବା ଥାଳି ଧରି Nagin Dance… ନିଶାରେ ଚୁର ଯୁବକ ଦେଖାଇଲେ ଡାନ୍ସ ଧମାଲ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଏବେ ରିଲ୍ସ କରି ଭାଇରାଲ ହେବ।।ରେ ଲାଗିଛନ୍ତି ଯୁବପିଢୀ । ନୂଆ ନୂଆ କଣ୍ଟେଣ୍ଟ ସହିତ ଭିଡିଓ କରି ବେଶ୍ ଲୋକପ୍ରିୟତା ହାସଲ କରୁଛନ୍ତି ୟୁଜର । କିନ୍ତୁ ଅନେକ ସମୟରେ କିଛି ଏମିତି ମଜାଦାର ଭିଡିଓ ଦେଖିବାକୁ ମିଳେ, ଯାହାକୁ ଦେଖି ନିଜ ହସକୁ ସମ୍ଭାଳିବା ସମ୍ଭବ ହୋଇନଥାଏ । ଏମିତି ଏକ ଭିଡିଓ ପୋଷ୍ଟ କରିଛନ୍ତି ବଲିଉଡ ଷ୍ଟାର ଜାଭେଦ ଜାଫରୀ । ଜଣେ ବ୍ୟକ୍ତି ହାତରେ ଖାଇବା ଥାଳି ଧରି ଜବରଦସ୍ତ ଡାନ୍ସ କରୁଥିବା ଏହି ଭିଡିଓରେ ଦେଖାଯାଇଛି । ତେବେ ସେ ନିଶାରେ ଚୁର ଥିବା ମନେ ହେଉଛି । ଏହି ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରାଲ ହେଉଛି ।

ଜାଭେଦ ଜାଫରୀ ଇନଷ୍ଟାଗ୍ରାମରେ ଏହି ଭିଡିଓ ପୋଷ୍ଟ କରିଛନ୍ତି । କୌଣସି ଏକ ପାର୍ଟିରେ ଜଣେ ବ୍ୟକ୍ତି ଖାଦ୍ୟ ଖାଉଥିବାର ଦେଖାଯାଉଛି । ବ୍ୟାକଗ୍ରାଉଣ୍ଡରେ ମଧ୍ୟ ଦମଦାର ଗୀତ ବାଜୁଥିବା ଶୁଣାଯାଉଛି । ଏହି ଗୀତର ବିଟରେ ଅଚାନକ ନାଚ ଆରମ୍ଭ କରି ଦେଇଛନ୍ତି ସେ । ଗୀତର ତାଳେ ତାଳେ ଆରମ୍ଭ ହୋଇଛି ତାଙ୍କର ନାଗିନ୍ ଡାନ୍ସ ସାଙ୍ଗକୁ ବ୍ରେକ ଡାନ୍ସ । ଏହି ବ୍ୟକ୍ତିଙ୍କ ଡାନ୍ସ ଦେଖି ପାଖରେ ଥିବା ଲୋକ ମଧ୍ୟ ଆଚମ୍ବିତ ହୋଇ ଯାଇଛନ୍ତି । ତେବେ ବ୍ୟକ୍ତିଜଣକ ନିଶାରେ ଥିବା ଅନୁମାନ କରାଯାଉଛି । କେକବଳ ନାଚୁନାହାନ୍ତି, ସେ ନାଚି ନାଚି ନିଜ ଖାଦ୍ୟ ମଧ୍ୟ ଖାଉଛନ୍ତି । ତାଙ୍କର ଏହି ଡାନ୍ସ ଷ୍ଟେପ୍ସ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି ।

ତେବେ ବିଶେଷ କରି ଜାଭେଦ ତାଙ୍କ ଡାନ୍ସରେ ଖୁବ ପ୍ରଲୋଭିତ ହୋଇଛନ୍ତି । ଏହାପରେ ଏହି ଭିଡିଓକୁ ସେ ନିଜ ସୋସିଆଲ ମିଡିଆ(ଇନଷ୍ଟାଗ୍ରାମ)ରେ ମଧ୍ୟ ପୋଷ୍ଟ କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଜାଭେଦଙ୍କ ଭିଡିଓ ପୋଷ୍ଟରେ ଅନେକ ୟୁଜର ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ କରୁଥିବା ଦେଖାଯାଉଛି ।

 

View this post on Instagram

 

A post shared by Jaaved Jaaferi (@jaavedjaaferi)

Get real time updates directly on you device, subscribe now.