fbpx

କୋଭିଡ଼୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୪ ଜଣଙ୍କର ମୃତ୍ୟୁ

ନାଗପୁର୧୦ା୪ (ଓଡିଶା ଭାସ୍କର): ପ୍ରତିଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସବୁଠାରୁ ଅଧିକ ମହାରାଷ୍ଟ୍ର ରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତିି । ମହାରାଷ୍ଟ୍ର ସରକାର ଏହାକୁ ନେଇ ଚିନ୍ତାରେ ଥିବା ବେଳେ ନାଗପୁର ସହରର ଏକ କୋଭିଡ଼୍ ହସ୍ପିଟାଲରେ ନିଆଁ ଲାଗି ଯାଇଛି । ସୂଚନା ଅନୁସାରେ ଗତ କାଲି ବିଳମ୍ବତ ରାତିରେ ନାଗପୁର ସ୍ଥିତ ୱାଡ଼ି ଅଂଚଳରେ ଥିବା ଏକ କୋଭିଡ଼୍ ହସ୍ପିଟାଲର ଆଇସିୟୁରେ ନିଆଁ ଲାଗି ଯାଇଥିଲା । ଫଳରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହାତ ହୋଇଛନ୍ତି । ଏହାସହ ୨୭ ଜଣ ରୋଗୀଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତରଣ କରାଯାଇଛି ।

ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲେ । ଅନ୍ୟପଟେ ନିଆଁ ଲାଗିଥିବା ସୂଚନା ପାଇ ପ୍ରଧାନମନ୍ତ୍ରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତ ହୋଇଥିବା ରୋଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Get real time updates directly on you device, subscribe now.