fbpx

କଂଗ୍ରେସ ଛାଡ଼ିବେ ନକୁଲନାଥ ! ସୋସିଆଲ ମିଡିଆ ପ୍ରୋଫାଇଲରୁ ହଟାଇଲେ ଦଳର ନାଁ ଓ ଲୋଗୋ

ନୂଆଦିଲ୍ଳୀ: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ନିର୍ବାଚନୀ ପ୍ରାକ୍ ପ୍ରସ୍ତୁତି ଜୋରଦାର ଚାଲିଛି । ଏହା ପୂର୍ବରୁ ବିଭିନ୍ନ ନେତା ଓ ମନ୍ତ୍ରୀ ଦଳ ପରିବର୍ତ୍ତନ କରିବା ନେଇ ଉଦାହରଣ ବି ଦେଖିବାକୁ ମିଳିଛି । ଏଥିମଧ୍ୟରେ ମଧ୍ୟପ୍ରଦେଶର ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲନାଥଙ୍କ ପୁତ୍ର ନକୁଲନାଥ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି । ଏହା ମଧ୍ୟପ୍ରଦେଶ ରାଜନୀତିରେ ହଟଚମଟ ସୃଷ୍ଟି କରିଛି ।

ସୂତ୍ରରୁ ପ୍ରକାଶ ପିତା ପୁତ୍ରଙ୍କ ଯୋଡ଼ି ଫେବୃଆରୀ ୧୯ରେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଅପରପକ୍ଷରେ ସୋସିଆଲ ନକୁଲନାଥ ମିଡିଆ ପ୍ରୋଫାଇଲରୁ କଂଗ୍ରେସର ନାମ ଏବଂ ଲୋଗୋ ଗାୟବ ଅଛି । ନକୁଲନାଥ ଏକ୍ସ, ଇନଷ୍ଟାଗ୍ରାମ ଏବଂ ଫେସବୁକରୁ କଂଗ୍ରେସର ନାଁ ଏବଂ ଲୋଗୋ ହଟାଇ ଦେଇଛନ୍ତି । ଏହା ବଦଳରେ ସେ ଲେଖିଛନ୍ତି, ‘ସଂସଦ ସଦସ୍ୟ, ଛିନ୍ଦୱାଡ଼ା(ମଧ୍ୟପ୍ରଦେଶ) ।’ କହିରଖୁଛୁ ଫେବୃଆରୀ ୧୪ରୁ ୧୮ ମଧ୍ୟରେ କମଲନାଥ ଛିନ୍ଦୱାଡ଼ାର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ । କିନ୍ତୁ ସୋସେିଆଲ ମିଡିଆ ଆକାଉଣ୍ଟରୁ କମଲନାଥଙ୍କ ପୁଅ ନକୁଲନାଥ ନିଜ ପ୍ରୋଫାଇଲ ବଦଳାଇବା ପରେ ସେ ତାଙ୍କ ଛିନ୍ଦୱାଡ଼ା ଗସ୍ତ ବାତିଲ କରିଥିଲେ । ଅପରପକ୍ଷରେ କମଲନାଥଙ୍କ ବିଜେପିରେ ସାମିଲ ହେବା ନେଇ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ କମଲନାଥ ତାଙ୍କ ରାଜନୈତିକ କ୍ୟାରିୟର ଗାନ୍ଧୀ ପରିବାରରୁ ଆରମ୍ଭ କରିଛନ୍ତି । ଏଭଳି ବ୍ୟକ୍ତି କଂଗ୍ରେସ ଛାଡ଼ି ପାରିବ ନାହିଁ ।

Get real time updates directly on you device, subscribe now.