fbpx

ଉଦଘାଟନ ହେଲା ନାଳନ୍ଦାର ନୂଆ କ୍ୟାମ୍ପସ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଉପସ୍ଥିତ ଥିଲେ ୧୭ ଦେଶର ଦୂତାବାସ

Advertisement

ନୂଆଦିଲ୍ଲୀ: ଆଜି ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ଆରମ୍ଭ ହେବା ପର୍ବରୁ ବିହାରର ପୁରାତନ ନାଳନ୍ଦା ବିଶ୍ୱ ବିଦ୍ୟାଳୟର ଭଗ୍ନାବଶେଷ ପରିଦର୍ଶନ କରିଥିଲେ । ୨୦୧୬ ମସିହାରେ ଏହି ବିଶ୍ୱବିଦ୍ୟାଳୟକୁ ପର୍ଯ୍ୟଟନସ୍ଥଳ ଭାବରେ ମାନ୍ୟତାପ୍ରାପ୍ତ କରାଯାଇଥିଲା। ଏହାର ଅତୀତ ଭାରତ ସମ୍ପର୍କକୁ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ନାଳନ୍ଦା ବିଶ୍ୱବିଦ୍ୟାଳୟର ଉଦଘାଟନ କରିଥିଲେ । ଏହାପରେ ସେ କହଥିଲେ ଭବିଷ୍ୟତ ପିଢି ଯୁବକମାନଙ୍କର ଶିକ୍ଷାଗତ ଆବଶ୍ୟକତା ବା ଲକ୍ଷକୁ ଏହା ପୂରଣ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ ତାଙ୍କର ସୋସିଲ ମିଡିଆ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ଯେ ଏହା ଆମର ଶିକ୍ଷାକ୍ଷେତ୍ର ପାଇଁ ଏକ ବିଶେଷ ଦିନ ରହିବ । ଆଜି ସକାଳ ୧୦.୩୦ ରେ ରାଜଗିରରେ ନାଳନ୍ଦା ବିଶ୍ୱ ବିଦ୍ୟାଳୟରେ ନୂଆ କ୍ୟାମ୍ପସ ଉଦଘାଟିତ ହୋଇଛି । ଏହି ସମାରୋହ ପୂର୍ବରୁ ଆମ ଗୌରବମୟ ଅଂଶ ସହିତ ନାଳନ୍ଦାର ଏକ ସଂଯାଗ ରହିଛି । ଏହାକୁ ମୋଦି ତାଙ୍କର ଏକ୍ସ ଆକାଉଣ୍ଟରେ ଉଦଘାଟନ ପୂର୍ବରୁ ପୋଷ୍ଟ କରିଥିଲେ ।

ଏହି ଉତ୍ସବରେ ନାଳନ୍ଦା ବିଶ୍ୱବିଦ୍ୟାଳର କୁଳପତି ଅରବିନ୍ଦ ୍‌ପାନାଗରିୟାଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର, ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ସମାରୋହରେ ଯୋଗ ଦେଇଥିଲେ । ୧୭ଟି ଦେଶର ବୈଦେଶିକ ଦୂତମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ ।

Get real time updates directly on you device, subscribe now.