fbpx

ରାଷ୍ଟ୍ରପତି ପଦ ପାଇଁ କମଳା ହାରିସଙ୍କୁ ସମର୍ଥନ କଲେ ନନ୍ସି ପେଲୋସି

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରପତି ନିର୍ବାଚନରୁ ନିଜକୁ ପ୍ରତ୍ୟାହାର କରି କମଲା ହାରିସଙ୍କୁ ରାଷ୍ଟ୍ରପତି ପଦ ପାଇଁ ସମର୍ଥନ କରିଥିଲେ । ସେବେଠାରୁ ଚର୍ଚ୍ଚା ହେଉଥିଲା ଯେ ଡେମୋକ୍ରାଟିକ୍ ପାର୍ଟି କମଳା ହାରିସ୍‌ଙ୍କ ନାମ ମୋହର ମାରିବ କି ନାହିଁ । ବର୍ତ୍ତମାନ ପ୍ରତିନିଧି ସଭାର ପୂର୍ବତନ ବାଚସ୍ପତି ନାନ୍ସି ପେଲୋସି ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସଙ୍କୁ ସମର୍ଥନ କରିଛନ୍ତି । ସୋସିଆଲ ମିଡିଆ ୱେବସାଇଟ ଏକ୍ସରେ ସେ ଲେଖିଛନ୍ତି, ଆମେରିକାର ଭବିଷ୍ୟତର ଗର୍ବ ଓ ଆଶା ସହିତ ମୁଁ ଉପରାଷ୍ଟ୍ରପତି କମଳା ହାରିସ୍‌ଙ୍କୁ ଆମେରିକାର ରାଷ୍ଟ୍ରପତି ଭାବେ ସମର୍ଥନ କରୁଛି । ମୁଁ ନିଶ୍ଚିତ ଯେ ସେ ନଭେମ୍ବରରେ ଆମକୁ ବିଜୟୀ କରାଇବେ ।

ସୋମବାର ଆମେରିକାର ପୂର୍ବତନ ବୈଦେଶିକ ସଚିବ ତଥା ଡେମୋକ୍ରାଟ ହିଲାରୀ କ୍ଲିଣ୍ଟନ କମଳା ହାରିସ୍‌ଙ୍କୁ ସମର୍ଥନ କରିଛନ୍ତି । ହିଲାରୀ କ୍ଲିଣ୍ଟନ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମୁଁ କମଳା ହାରିସ୍‌ଙ୍କୁ ଦୀର୍ଘ ଦିନ ରୁ ଜାଣିଛି । ସେ ଜଣେ ପ୍ରତିଭାବାନ ଓକିଲ । ସେମାନେ ଦୋଷୀ ସାବ୍ୟସ୍ତ ଅପରାଧୀ ଡୋନାଲ୍ଡ ଟ୍ରମ୍ପ ଏବଂ ଆମର ସ୍ୱାଧୀନତା ଛଡ଼ାଇ ନେବା ପାଇଁ ‘ପ୍ରୋଜେକ୍ଟ ୨୦୨୫’ ଏଜେଣ୍ଡା ବିରୋଧରେ ଲଢ଼ିବେ । କିନ୍ତୁ ସେମାନେ ଏକୁଟିଆ ଏହା କରିପାରିବେ ନାହିଁ । ଏହି ଐତିହାସିକ ଲଢ଼େଇରେ କମଳା ହାରିସ୍‌ଙ୍କ ସହ ଠିଆ ହେବାକୁ ହିଲାରୀ କ୍ଲିଣ୍ଟନ୍ ଲୋକଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.